www.samajalive.in
Wednesday, December 10, 2025
15.1 C
Bhubaneswar

ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ଏବଂ ଲିଗେସୀ ଏଜ୍ ବ୍ରାଉଜରକୁ ବନ୍ଦ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ : ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ୧୧ (IE11) ଏବଂ ଲିଗେସୀ ଏଜ୍ ବ୍ରାଉଜର୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସରଳ ଶବ୍ଦରେ କହିବାକୁ ଗଲେ, ଏହାପରଠାରୁ ଉପଭୋକ୍ତାମାନେ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ୧୧ ରେ ମାଇକ୍ରୋସଫ୍ଟ ୩୬୫ ଆପ୍ ଏବଂ ସେବାଗୁଡ଼ିକୁ ସଂଯୋଗ କରିବାକୁ ସମର୍ଥ ହେବେ ନାହିଁ। ମାଇକ୍ରୋସଫ୍ଟ କହିଛି ଯେ, କମ୍ପାନୀ ଅଗଷ୍ଟ ୧୭, ୨୦୨୧ ପରଠାରୁ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ୧୧କୁ ସମର୍ଥନ କରିବା ବନ୍ଦ କରିଦେବ। ଏହା ସହିତ ଅଫିସ୍ ୩୬୫, ୱାନ୍ ଡ୍ରାଇଭ୍, ଆଉଟଲୁକ୍ ସହିତ ଅନେକ ଅନଲାଇନ୍ ସେବାକୁ ମଧ୍ୟ ସମର୍ଥନ କରିବା ବନ୍ଦ କରିଦେବ। ଏହାଦ୍ବାରା ଉପଭୋକ୍ତାମାନେ ମାଇକ୍ରୋସଫ୍ଟ ଡିଭାଇସରୁ ବ୍ରାଉଜରକୁ ଟେକ୍ନିକାଲ୍ ସଂଯୋଗ କରିବାକୁ ସକ୍ଷମ ହେବେ ନାହିଁ।
ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ୧୧ ବନ୍ଦ କରିବାର ପ୍ରକ୍ରିୟା ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହେବ। ଏହା ପରେ, ମାଇକ୍ରୋସଫ୍ଟ ୩୬୫ ଆପ୍ ଏବଂ ସେବାଗୁଡିକ ୧୭ ଅଗଷ୍ଟ ୨୦୨୧ ରୁ ବ୍ରାଉଜରକୁ ସମର୍ଥନ କରିବ ନାହିଁ। ଏଥି ସହିତ, ମାର୍ଚ୍ଚ ୨୦୨୧ରେ ଏଜ୍ ବ୍ରାଉଜର୍ ବନ୍ଦ ରହିବ। ୭ମାସ ପରେ, ମାଇକ୍ରୋସଫ୍ଟ କ୍ରୋମିୟମ-ଆଧାରିତ ଏଜ୍ ବ୍ରାଉଜର୍ ଉପସ୍ଥାପନ କରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories