‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’କୁ ଅନେକ ଦଳର ସମର୍ଥନ

0

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକାସାଙ୍ଗରେ ନିର୍ବାଚନ କରିବା ସକାଶେ ଆଇନ କମିଶନଙ୍କ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳଠାରୁ ମତାମତ ଆହ୍ୱାନ କରାଯାଉଛି। ଅନେକ ଦଳ ଏହାକୁ ସମର୍ଥନ କରିଛନ୍ତି।  ମାଜବାଦୀ ପାର୍ଟି  ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଆଭିମୁଖ୍ୟକୁ ସମର୍ଥନ ଜଣାଇଛି । ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକାସାଙ୍ଗରେ ନିର୍ବାଚନ କରିବା ସକାଶେ କେତେ କ’ଣ ସମ୍ଭାବନା ରହିଛି, ସେ ବିଷୟରେ ଆଇନ କମିଶନ୍‍ଙ୍କର ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ବୈଠକରେ ସମାଜବାଦୀ ପାର୍ଟି, ୨୦୧୯ରୁ ଏହି ପ୍ରକ୍ରିୟା ଆରମ୍ଭ ହେବା ଉଚିତ ବୋଲି କହିଛି । ପାର୍ଟିର ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ସାମ୍ବାଦିକମାନଙ୍କୁ କହିଛନ୍ତି, ଯଦି ଲୋକ ପ୍ରତିନିଧିମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ପରିବର୍ତ୍ତନ କରି ଘୋଡ଼ା ବେପାରରେ ଲିପ୍ତ ରୁହନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ସେହିପରି ତେଲଙ୍ଗାନା ରାଷ୍ଟ୍ରସମିତି ନେତା ବି. ବିନୋଦ କୁମାର ମଧ୍ୟ ଏହି ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଛନ୍ତି। ଶନିବାର ଶିରୋମଣୀ ଅକାଳୀ ଦଳ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛି। ସେହିପରି ନିତିଶ କୁମାରଙ୍କ ଜେଡିୟୁ ମଧ୍ୟ ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଛି। ତେବେ ଏଆଇଏଡଏମ୍‍କେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିବା ସହିତ, କେତେକ ବାସ୍ତବ ଓ ଗୁରୁତର ସମସ୍ୟାଗୁଡ଼ିକୁ ପ୍ରଥମେ ସମାଧାନ କରିିବା ଉପରେ ଗୁରୁତ୍ୱ ଦେଇଛି।
ତେବେ ତୃଣମୂଳ କଂଗ୍ରେସ, ସି.ପି.ଆଇ. ଓ ଏଆଇଡୟୁଏଫ୍‍ ଏହାକୁ ବିରୋଧ କରିଛନ୍ତି। ବଜେପି ପୂର୍ବରୁ ଏହି ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇସାରିଛି; କିନ୍ତୁ ନିଜର ମତାମତ ଦେବାଲାଗି କମିଶନ୍‍ଙ୍କଠାରୁ ଅଧିକ ସମୟ ଲୋଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ଦଳ ଏ ସଂକ୍ରାନ୍ତ୍ରରେ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟ ବିରୋଧି ଦଳଗୁଡିକ ସହିତ ପରାମର୍ଶ କରିବ ବୋଲି କହିଛି।

ସମୟ ଓ ଅର୍ଥ ସଞ୍ଚୟ କରିବା ଲକ୍ଷ୍ୟରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକା ସାଙ୍ଗରେ ନିର୍ବାଚନ କରିବା ସକାଶେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱ ଆରୋପ କରି ଆସୁଛନ୍ତି। ଏହି ବିଚାର ବିମର୍ଷ ବୈଠକରେ ଯୋଗ ଦେବାପାଇଁ ଆଇନ କମିଶନ୍‍ ସ୍ୱିକୀତିପ୍ରାପ୍ତ ୭ଟି ଜାତୀୟ ଓ ୫୯ଟି ରାଜ୍ୟସ୍ତରୀୟ ଦଳକୁ ଚିଠି ଲେଖିଥିଲେ।  ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଆଇନ କମିଶନ୍‍ ରାଜନୈତିକ ଦଳ, ସମ୍ବିଧାନ ବିଶାରଦ, ବ୍ୟୁରୋକ୍ରାଟ, ଶିକ୍ଷାବିତ୍‍ ଏବଂ ସାଧାରଣ ନାଗରିକଙ୍କଠାରୁ ମତାମତ ଲୋଡ଼ିଛନ୍ତି।

Leave A Reply