www.samajalive.in
Monday, December 8, 2025
20.1 C
Bhubaneswar

ଭରତପୁର ଥାନା ଲଜ୍ଜା ଘଟଣା: ୨୪ରେ ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ଵର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ଵର ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନା ଲଜ୍ଜା ଘଟଣା ଯୋଗୁଁ ରାଜ୍ୟର ସମ୍ମାନ ଭୂଲୁଣ୍ଠିତ ହୋଇଛି। ଏହି ଘଟଣା ନାଗରିକ ସମାଜକୁ ଗଭୀର ଆଘାତ ଦେଇଛି। ଘଟଣାକୁ ଲୁଚାଇ ଦେବାକୁ ଉଦ୍ୟମ କରାଯାଇଥିଲା। ହାଇକୋର୍ଟଙ୍କ ଯୋଗୁଁ ଘଟଣା ଲୁଚି ରହିପାରିଲାନି। ତେବେ ବନ୍ଦ ଡାକରା ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

ସେପଟେ ଶନିବାର ଏହି ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅଦାଲତ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗିରଫ ସମ୍ପର୍କିତ ସୂଚନା ଦେବାର ମାତ୍ର ୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିବା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ପୁଲିସର ହାଲୁକା ତଦନ୍ତ ଯୋଗୁଁ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଥିବା ଅଭିଯୋଗ ହେଉଛି। ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଥାନା ଡୁମୁଡୁମାରେ ରହୁଥିବା ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳର ରାକେଶ ନାୟକ, ରାଉରକେଲା କୋଏଲ ନଗରର ଅଭିଳାଷ ସାମନ୍ତ, କେନ୍ଦ୍ରାପଡ଼ା ମାର୍ଶାଘାଇର ଅମନ କୁମାର, ଭଦ୍ରକ ଅଞ୍ଚଳର ଆଦିତ୍ୟ ରଞ୍ଜନ ବେହେରା, ରାଉରକେଲା ସେକ୍ଟର-୪ରେ ରହୁଥିବା ଆକାଶ ପଢ଼ିଆରୀ, ହରିଶ ମହନ୍ତ, ଚିଲିକା ଅଞ୍ଚଳର ସମୀର ଆଶିଷ କୁମାର ସ୍ବାଇଁ। ଶୁକ୍ରବାର ପୁଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ପୁଲିସ ୨ଟି କାର୍‌, ୧୧ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ପରେ ସେମାନଙ୍କୁ ଅଦାଲତ ଚାଲାଣ କରିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories