www.samajalive.in
Sunday, December 7, 2025
18.1 C
Bhubaneswar

ସଂଘବଦ୍ଧ ଆକ୍ରମଣରେ ଶ୍ବଶୁର ମୃତ, ଶାଶୂ ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସଦର ମହକୁମାରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜ୍ବାଇଁର ସଂଘବଦ୍ଧ ଆକ୍ରମଣରେ ଶ୍ବଶୁର ଲଛନ ବୈପାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶାଶୂ ବଦ୍ଲି ବୈପାରୀଙ୍କ ଆହତ ହୋଇଛନ୍ତି। ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ଲକ୍ଷ୍ମୀପୁରର ତଳଚମ୍ପି ଗ୍ରାମର ଲଛନ ବୈପାରୀଙ୍କ ଝିଅ ନିକଟସ୍ଥ ଝୋଲାଗୁଡା ଗ୍ରାମର କୃଷ୍ଣ ଜାନୀଙ୍କୁ ଭଲପାଇ ବିବାହ କରିଥିଲେ। କିନ୍ତୁ ପାରିବାରିକ ଗଣ୍ଡଗୋଳ କାରଣରୁ କିଛି ଦିନ ହେଲା ତାଙ୍କ ପତ୍ନୀ ବାପଘରେ ରହୁଥିଲେ। ତେବେ କ’ଣ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଛାଡୁ ନାହାନ୍ତି ବୋଲି ଉତକ୍ଷିପ୍ତ ହୋଇ ଶନିବାର ରାତିରେ ଲକ୍ଷ୍ମୀପୁରଠାରୁ କିଛି ଦୂରରେ ଏକ କୁଡିଆରେ ଥିବାବେଳେ ଜ୍ବାଇଁ ଲୁହା ରଡ୍‌ରେ ସଂଘବଦ୍ଧ ଆକ୍ରମଣ କରିବାରୁ ଶ୍ବଶୁର ଲଛନ ବୈପାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଶାଶୂ ବଦ୍ଲି ମଧ୍ୟ ଆହତ ହୋଇଛନ୍ତି। ପୁଲିସ ମୃତଦେହ ଜବତ କରିବା ସହିତ ୪ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories