www.samajalive.in
Saturday, December 6, 2025
19.1 C
Bhubaneswar

‘ରାଜ୍ୟରେ ଭାଙ୍ଗିବ ବିଜେପି ସରକାର !’ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଲା ରାଜନୀତି

କଟକ: ରାଜ୍ୟରେ ଭାଙ୍ଗିବ ବିଜେପି ସରକାର। ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।  ସାଂସଦଙ୍କ ଏକ ରୋଚକ ମନ୍ତବ୍ୟ ବିଜେପି ନେତୃତ୍ବ ଓ ବିଧାୟକଙ୍କ ମନରେ ଛନକା ଆଣି ଦେଇଛି। ଦେବାଶିଷ କହିଛନ୍ତି, ବିଜେପିର ୨୦ ରୁ ଅଧିକ ବିଧାୟକଙ୍କ ବିରୋଧରେ ପରାଜିତ ପ୍ରାର୍ଥୀମାନେ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ମାମଲା କରିଛନ୍ତି। ଏହାର ଶୁଣାଣି ସରିଲେ ଅନେକ ବିଧାୟକ ମହମ୍ମଦ ମୋକିମଙ୍କ ପରି ପଦ ହରାଇବାର ଆଶଙ୍କା ରହିଛି। କିନ୍ତୁ ପାଖାପାଖି ୭ ବିଧାୟକ ଏହି ମାମଲାରେ ଛନ୍ଦିହେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ଦେବାଶିଷ। ଯାହା ଫଳରେ ରାଜ୍ୟରେ ମୋହନ ସରକାର ଯେଉଁ ସ୍ଥାୟୀ ସରକାର ବୋଲି ଭାବୁଛନ୍ତି ତାହା ରହି ନ ପାରେ। ତେଣୁ ରାଜ୍ୟରେ ଯେଉଁ ନାରୀମାନଙ୍କ ଉପରେ ଅତ୍ୟାଚାର ଓ ଦୁର୍ବ୍ୟବହାର ପ୍ରସଙ୍ଗ ବର୍ତ୍ତମାନ ସମ୍ନାକୁ ଆସିଛି ସେ ଦିଗ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଆଉ ଯଦି ଏହି ସମସ୍ତ ବିଧାୟକ ମାମଲା ହାରନ୍ତି ତେବେ ସରକାର ଟଳମଳ ହୋଇପାରେ। ତେଣୁ ମୋହନ ସରକାର ରାଜ୍ୟର ଆଇନଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା ପ୍ରତି ଯତ୍ନଶୀଳ ହୁଅନ୍ତୁ ବୋଲି ଦେବାଶିଷ କହିଛନ୍ତି।

ଅନ୍ୟପଟେ ବିଜେପି ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡିର ଗାଦି ନିଶା ଛାଡ଼ିନି ବୋଲି କହିଛି। ବିଜେଡି କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଢ଼ିବା ସ୍ଵପ୍ନ ଦେଖୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories