www.samajalive.in
Saturday, December 6, 2025
16.1 C
Bhubaneswar

ଚାଲିଥିଲା ଝିଅ ଜନ୍ମଦିନ ଉତ୍ସବ, ହୃଦଘାତରେ ଟଳିପଡ଼ିଲେ ମା’

ସମାଜ ଡିଜିଟାଲ ଡେସ୍କ: ଝିଅ ଜନ୍ମଦିନ ପାଇଁ ଖୁସିର ମାହୋଲ ଥିଲା। ଅତିଥିମାନଙ୍କ ଗହଣରେ ଜନ୍ମଦିନ ଉତ୍ସବ ବି ପାଳନ ଚାଲିଥିଲା। ହେଲେ ଏହାରି ଭିତରେ କ୍ଷଣିକ ମଧ୍ୟରେ ସବୁ ଖୁସି ପାଣିରେ ମିଳାଇଗଲା। ଉତ୍ସବ ଚାଲିଥିବାବେଳେ ହଠାତ ଟଳିପଡ଼ିଲେ ଝିଅର ମା’। କିଛି ସମୟ ମଧ୍ୟରେ ଖୁସିର ବାତାବରଣ ପାଲଟିଗଲା ଶୋକାକୂଳ ପରିବେଶରେ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଆସିଛି ଗୁଜରାଟରୁ।

- Advertisement -

ଗୁଜରାଟର ଭଲସାଡ ଅଞ୍ଚଳରେ ଏକ ପରିବାରର ଜନ୍ମଦିନ ଉତ୍ସବ ପାଳନ ହେଉଥିଲା। ଷ୍ଟେଜ ଉପରେ ଝିଅକୁ ଧରି ମା’ବାପା ଛିଡ଼ା ହୋଇଥିଲେ। ଅତିଥିମାନେ ଆସି କୁନି ଝିଅକୁ ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ। ବାପା ଜଣକ ଝିଅକୁ ଧରି ଷ୍ଟେଜରୁ ଓହ୍ଲାଇବା ସମୟରେ ମା’ ପଛପଟୁ ଝିଅକୁ ନିଜ କୋଳକୁ ଆଣିବାକୁ ଉଦ୍ୟମ କରିଥିଲେ। ହେଲେ ତାହା ବି ତାଙ୍କ ଭାଗ୍ୟରେ ନ ଥିଲା। ଝିଅକୁ ଧରିବା ପୂର୍ବରୁ ସେ ଷ୍ଟେଜ ଉପରୁ ଟଳିପଡ଼ିଥିଲେ। ହଠାତ ଏପରି କ’ଣ ହେଲା କେହି କିଛି ବୁଝି ପାରିଲେ ନାହିଁ। ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories