www.samajalive.in
Sunday, December 7, 2025
15.1 C
Bhubaneswar

ଅନୁରା କୁମାରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: ଶ୍ରୀଲଙ୍କାର ସାଧାରଣ ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପରାଜିତ ହୋଇଛନ୍ତି। ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ ଆଶ୍ଚର୍ଯ୍ୟଜନକ ଭାବେ ବିକ୍ରମସିଂଘେଙ୍କୁ ହରାଇ ଦେଶର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଦେଶର ୧୦ ରାଷ୍ଟ୍ରପତି ଚୟନ କରିବା ଲାଗି ଶ୍ରୀଲଙ୍କାରେ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲେ। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଭୋଟର ମତଦାନ କରିଥିଲେ। ୨୦୧୯ ନିର୍ବାଚନରେ ୮୩ ପ୍ରତିଶତ ମତଦାନ ହୋଇଥିଲା।

- Advertisement -

ଶ୍ରୀଲଙ୍କା ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ବାମପନ୍ଥୀ ନେତା ଅନୁରା କୁମାରାଙ୍କୁ ୫୨ ପ୍ରତିଶତ ଭୋଟ ମିଳିଛି। ସେ ନେସନାଲ ପିପୁଲ୍ସ ପାଓ୍ବାର(ଏନପିପି) ମେଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଅନ୍ୟପଟେ ବିକ୍ରବସିଂଘେଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି। ସାଜିଶ ପ୍ରେମଦାସା ୨୨ ପ୍ରତିଶତ ଭୋଟ ସହିତ ୨ୟ ସ୍ଥାନରେ ରହିଛନ୍ତି। ୨୦୨୨ରେ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ୨୦୨୨ରେ ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା ଛନ୍ଦି ହେବା ପରେ ତତ୍କାଳୀନ ରାଷ୍ଟ୍ରପତି ରାଜପାକ୍ଷା ଗୋଟାବାୟାଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ ହୋଇଥିଲା। ଫଳରେ ସେ ଦେଶ ଛାଡ଼ି ପଳାଇଥିଲେ। ଏହି ସମୟରେ ବିକ୍ରମସିଂଘେ ରାଷ୍ଟ୍ରପତି ଗାଦିରେ ବସିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories