www.samajalive.in
Sunday, December 7, 2025
26.1 C
Bhubaneswar

ଅଲ ଜଜୀରା ଓ୍ବେଷ୍ଟବ୍ୟାଙ୍କ ବ୍ୟୁରୋରେ ଇସ୍ରାଏଲ ସେନାର ଚଢ଼ାଉ, ୪୫ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ କରିବାକୁ ନୋଟିସ

ସମାଜ ଡିଜିଟାଲ ଡେସ୍କ: ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲା ବିରୋଧରେ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବାବେଳେ ପାଲେଷ୍ଟାଇନରେ ଥିବା କାତାରର ଖବର ସରବରାହ ସଂସ୍ଥା ଅଲ ଜଜୀରାକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା। ସେନା ପକ୍ଷରୁ ଓ୍ବେଷ୍ଟବ୍ୟାଙ୍କର ରାମାଲ୍ଲାସ୍ଥିତ ଅଲ ଜଜୀରା କାର୍ଯ୍ୟାଳୟରେ ଚଢ଼ାଉ କରାଯିବା ସହିତ ୪୫ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ କରିବାକୁ ନୋଟିସ ଦିଆଯାଇଛି। ନୋଟିସରେ କାର୍ଯ୍ୟାଳୟ ବନ୍ଦ କରିବାର କାରଣ ସମ୍ପର୍କରେ କିଛି କୁହାଯାଇ ନାହିଁ। ଗଣମାଧ୍ୟମ ସଂସ୍ଥା ଉପରେ ଇସ୍ରାଏଲ ସେନାର ଏପରି କାର୍ଯ୍ୟାନୁଷ୍ଠାନକୁ ପାଲେଷ୍ଟାଇନ ସାମ୍ବାଦିକ ସିଣ୍ଡିକେଟ୍‌ ଦୃଢ଼ ନିନ୍ଦା କରିଛି।

ଇସ୍ରାଏଲ ସେନା ଚଢ଼ାଉ ସମୟରେ ଅଲ ଜଜୀରା ଓ୍ବେଷ୍ଟବ୍ୟାଙ୍କ ବ୍ୟୁରୋ ମୁକ୍ୟଙ୍କୁ ନୋଟିସ ଦେଇ ତୁରନ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ କୋର୍ଟଙ୍କ ଆଦେଶ ରହିଥିବା ଜଣାଇଥିଲେ। କାର୍ଯ୍ୟାଳୟରୁ ସମସ୍ତ କ୍ୟାମେରା ଖୋଲିନେବା ସହିତ ଏହାକୁ ବନ୍ଦ କରିବାକୁ କହିଥିଲେ। ଏହି ଘଟଣାକୁ ନେଇ ପାଲେଷ୍ଟାଇନ ସାମ୍ବାଦିକ ସିଣ୍ଡିକେଟ୍‌ ନିନ୍ଦା କରିବା ସହିତ କହିଛି, ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟ ବିରୋଧରେ ମନମୁଖୀ ସାମରିକ ନିଷ୍ପତ୍ତି ଏକ ନୂତନ ଉଲ୍ଲଂଘନ ବୋଲି ବିଚାର କରାଯିବ।

- Advertisement -

ହମାସ ଏବଂ ହେଜବୋଲ୍ଲା ସହିତ ଇସ୍ରାଏଲର ଯୁଦ୍ଧ ଜାରି ରହିଥିବାବେଳେ ଏହାର ଖବର ପ୍ରସାରଣ କରୁଛି ଅଲ ଜଜୀରା। ଯେଉଁଥିପାଇଁ ଇସ୍ରାଏଲ ସରକାର ୪ ମାସ ତଳେ ଏହି ସଂସ୍ଥାର ଚ୍ୟାନେଲ ଉପରେ ନିଷେଧାଦେଶ ଜାରି କରିଥିଲେ। ସେବେଠାରୁ ଇସ୍ରାଏଲରେ ଅଲ ଜଜୀରା ଚ୍ୟାନେଲ ବନ୍ଦ ରହିଛି। ପରେ ଗତ ସପ୍ତାହରେ ଇସ୍ରାଏଲ ସରକାର ଅଲ ଜଜୀରାର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତ୍ୟୟପତ୍ରକୁ ପ୍ରତ୍ୟାହାର କରିନେବା ସମ୍ପର୍କରେ ଘୋଷଣା କରିଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories