www.samajalive.in
Friday, December 5, 2025
17.1 C
Bhubaneswar

୬୧ ବର୍ଷୀୟ ବୃଦ୍ଧଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଫୁଲବାଣୀ: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ଦୋଷୀକୁ ୧୫,୦୦୦ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ଵର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଞ୍ଚଳର ଧନୁ ନାୟକ (୬୧)। ୨୦୨୧ ମାର୍ଚ୍ଚ ୮ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜନୈକା ୯ ବର୍ଷୀୟା ନାବାଳିକାଙ୍କ ବାପା ମା’ ଇଟା କାମ କରିବାକୁ ବାହାରକୁ ଯାଇଥିଲେ । ପୀଡିତା ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର  କରିଥିଲା। ଏହି ସମୟରେ ମା’ କାମରୁ ଫେରି କବାଟ ବାଡେଇବା ପରେ କେହି ନ ଶୁଣିବାରୁ ଧକ୍କା ଦେଇ ଭିତରେ ପଶିଥିଲେ। ସେଠାରେ ସେ ଅଭିଯୁକ୍ତକୁ ଅସଞ୍ଜତ ଅବସ୍ଥାରେ ଦେଖିବା ସହ ପୀଡିତାଙ୍କୁ  ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ଅଭିଯୁକ୍ତ ପୀଡିତାଙ୍କ ମା’ଙ୍କୁ ଠେଲିଦେବା ସହିତ ଏକ ଚାପୁଡ଼ା ମାରି ପଳାଇ ଯାଇଥିଲା। ଅଭିଯୁକ୍ତର ପୁଅ ଏକଥା କାହାକୁ କହିଲେ କିମ୍ବା ଥାନାରେ ଲିଖିତ ଅଭିଯୋଗ କଲେ ଜୀବନରୁ ମାରିଦେବି ଵୋଲି ଧମକ ଦେଇଥିଲା। ପରେ ନାବାଳିକାଙ୍କ ମା’ ରାଇକିଆ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ୩୦/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ  ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

- Advertisement -

ଏହି ମାମଲାର ଶୁଣାଣି କରି ୧୫ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ୍ ଆଧାରରେ  ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପୀଡିତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ ଫାଷ୍ଟଟ୍ରାକ ପୋକସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories