www.samajalive.in
Sunday, December 14, 2025
26.1 C
Bhubaneswar

ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଭାରତ ଫେରିବ ୨୯୭ ପ୍ରାଚୀନ କଳାକୃତି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଜାରି ରହିଥିବାବେଳେ ରବିବାର ସେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ଜାତିସଂଘ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପ​‌ରେ ସେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟି ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହା ପୂର୍ବରୁ ମୋଦୀ କ୍ଵାଡ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ, ଯେଉଁଥିରେ ଭାରତ ସହିତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସଦସ୍ୟ ରହିଛନ୍ତି। ଏହି ସମ୍ମିଳନୀରେ ୩ ରାଷ୍ଟ୍ର ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ସମର୍ଥନ ଜଣାଇଥିଲେ। ଜାତିସଂଘରେ ସଂସ୍କାର ଅଣାଯିବା ସହିତ ଏହାର କଳେବର ବୃଦ୍ଧି ଉପରେ ଆଲୋଚନା ହୋଇଥିଲେ।

- Advertisement -

ଏହାବ୍ୟତୀତ ଗସ୍ତ କାଳରେ ଆମେରିକାରୁ ୨୯୭ଟି ପ୍ରାଚୀନ କଳାକୃତିକୁ ଭାରତ ଫେରାଇ ଆଣିବାକୁ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ସମୟରେ ଏହି ପୁରାତନ ସାମଗ୍ରୀଗୁଡ଼ିକୁ ଭାରତରୁ ଆମେରିକାକୁ ଚୋରା ଚାଲାଣ କରାଯାଇଛି, ଯାହାକୁ ନେଇ ପୂର୍ବରୁ ଭାରତ ଅନେକ ଥର ସେଗୁଡ଼ିକୁ ଫେରାଇବାକୁ ଦାବି କରିଆସିଛି। ଚଳିତ ଗସ୍ତ ସମୟରେ ସେସବୁ ସାମଗ୍ରୀ ଭାରତ ଫେରିବ ବୋଲି ସୂଚନା ମିଳିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories