www.samajalive.in
Wednesday, December 10, 2025
15.1 C
Bhubaneswar

ଅନିଲ ଅମ୍ବାନୀଙ୍କ ପାଇଁ ଖୁସି ଖବର: କରଜରୁ ମୁକ୍ତ ହେବେ, ଆଦାନୀ ସହ କରିବେ ଚୁକ୍ତି

ନୂଆଦିଲ୍ଲୀ : ଅନିଲ ଅମ୍ବାନୀଙ୍କ ହାତରେ ଲଟେରୀ ଲାଗିଯାଇଛି । କରଜରେ ବୁଡି ରହିଥିବା ଅନିଲ୍ ଅମ୍ବାନୀଙ୍କୁ ସବୁ ଦିଗରୁ ଖୁସି ଖବର ମିଳୁଛି । ପୂର୍ବରୁ ରିଲାଏନ୍ସ ପାଓ୍ବର କରଜ ମୁକ୍ତ ହେଲା, ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରକୁ ନେଇ ଆଶ୍ବସ୍ତିଭରା ଖବର ଆସିଥିଲା । ଏବେ ଆଉ ଏକ କମ୍ପାନୀକୁ ନେଇ ଖୁସିଖବର ଆସିଛି । ରିଲାଏନ୍ସ କମ୍ୟୁନିକେଶନକୁ ନେଇ ଆଶ୍ବସ୍ତିଭରା ଖବର ଆସିଛି ।

କରଜରେ ବୁଡିଥିବା ରିଲାଏନ୍ସ କମ୍ୟୁନିକେସନକୁ ନ୍ୟାସନାଲ୍ କମ୍ପାନୀ ଲ ଅପିଲେଟ୍ ଟ୍ରିବ୍ୟୁନାଲରୁ ବଡ ଆଶ୍ବସ୍ତି ମିଳିଛି । ଏନସିଏଲଟି ମହାରାଷ୍ଟ୍ର ରାଜ୍ୟ କର ବିଭାଗର ଯାଚିକାକୁ ଖାରଜ କରିଦେଇଛି । ଏଥିରେ କମ୍ପାନୀକୁ ନିଜ ଆର୍ଥିକ ସଙ୍କଟ ଦୂର କରିବାରେ ସାହାଯ୍ୟ ମିଳିବ । ଏହି ନିଷ୍ପତ୍ତି ପରେ ରିଲାଏନ୍ସ କମ୍ୟୁନିକେସନକୁ ଅନେକ ବର୍ଷ ପରେ ଆଶ୍ବସ୍ତି ମିଳିଛି ।

- Advertisement -

ଅନ୍ୟପଟେ ଅନିଲ୍ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ପାଓ୍ବର ଆଦାନୀ ସମୁହ ସହ ବଡ ଚୁକ୍ତି କରିପାରେ । ରିଲାଏନ୍ସ ପାଓ୍ବରର ନାଗପୁରର ବୁଟିବୋରିରେ ୬୦୦ ମେଗାଓ୍ବାଟର ପାଓ୍ବର ପ୍ଲାଣ୍ଟ । କୁହାଯାଉଛି କି ଆଦାନୀ ଗ୍ରୁପର ନଜର ଏହି ପାଓ୍ବର ପ୍ଲାଣ୍ଟ ଉପରେ ରହିଛି । ଏହି ପାଓ୍ବର ପ୍ଲାଣ୍ଟର ମୁମ୍ବଇକୁ ବିଜୁଳି ଦେବାରେ ବଡ ଅବଦାନ ରହିଛି । ତେବେ ଏହି ଡିଲକୁ ନେଇ ଅଧିକ ସୂଚନା ସାମ୍ନାକୁ ଆସିନି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories