www.samajalive.in
Friday, December 12, 2025
14.1 C
Bhubaneswar

ଅନିଲ ଅମ୍ବାନୀଙ୍କ ପାଇଁ ଖୁସି ଖବର: କରଜରୁ ମୁକ୍ତ ହେବେ, ଆଦାନୀ ସହ କରିବେ ଚୁକ୍ତି

ନୂଆଦିଲ୍ଲୀ : ଅନିଲ ଅମ୍ବାନୀଙ୍କ ହାତରେ ଲଟେରୀ ଲାଗିଯାଇଛି । କରଜରେ ବୁଡି ରହିଥିବା ଅନିଲ୍ ଅମ୍ବାନୀଙ୍କୁ ସବୁ ଦିଗରୁ ଖୁସି ଖବର ମିଳୁଛି । ପୂର୍ବରୁ ରିଲାଏନ୍ସ ପାଓ୍ବର କରଜ ମୁକ୍ତ ହେଲା, ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରକୁ ନେଇ ଆଶ୍ବସ୍ତିଭରା ଖବର ଆସିଥିଲା । ଏବେ ଆଉ ଏକ କମ୍ପାନୀକୁ ନେଇ ଖୁସିଖବର ଆସିଛି । ରିଲାଏନ୍ସ କମ୍ୟୁନିକେଶନକୁ ନେଇ ଆଶ୍ବସ୍ତିଭରା ଖବର ଆସିଛି ।

କରଜରେ ବୁଡିଥିବା ରିଲାଏନ୍ସ କମ୍ୟୁନିକେସନକୁ ନ୍ୟାସନାଲ୍ କମ୍ପାନୀ ଲ ଅପିଲେଟ୍ ଟ୍ରିବ୍ୟୁନାଲରୁ ବଡ ଆଶ୍ବସ୍ତି ମିଳିଛି । ଏନସିଏଲଟି ମହାରାଷ୍ଟ୍ର ରାଜ୍ୟ କର ବିଭାଗର ଯାଚିକାକୁ ଖାରଜ କରିଦେଇଛି । ଏଥିରେ କମ୍ପାନୀକୁ ନିଜ ଆର୍ଥିକ ସଙ୍କଟ ଦୂର କରିବାରେ ସାହାଯ୍ୟ ମିଳିବ । ଏହି ନିଷ୍ପତ୍ତି ପରେ ରିଲାଏନ୍ସ କମ୍ୟୁନିକେସନକୁ ଅନେକ ବର୍ଷ ପରେ ଆଶ୍ବସ୍ତି ମିଳିଛି ।

- Advertisement -

ଅନ୍ୟପଟେ ଅନିଲ୍ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ପାଓ୍ବର ଆଦାନୀ ସମୁହ ସହ ବଡ ଚୁକ୍ତି କରିପାରେ । ରିଲାଏନ୍ସ ପାଓ୍ବରର ନାଗପୁରର ବୁଟିବୋରିରେ ୬୦୦ ମେଗାଓ୍ବାଟର ପାଓ୍ବର ପ୍ଲାଣ୍ଟ । କୁହାଯାଉଛି କି ଆଦାନୀ ଗ୍ରୁପର ନଜର ଏହି ପାଓ୍ବର ପ୍ଲାଣ୍ଟ ଉପରେ ରହିଛି । ଏହି ପାଓ୍ବର ପ୍ଲାଣ୍ଟର ମୁମ୍ବଇକୁ ବିଜୁଳି ଦେବାରେ ବଡ ଅବଦାନ ରହିଛି । ତେବେ ଏହି ଡିଲକୁ ନେଇ ଅଧିକ ସୂଚନା ସାମ୍ନାକୁ ଆସିନି ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories