www.samajalive.in
Wednesday, December 10, 2025
15.1 C
Bhubaneswar

ଦେବକୀଙ୍କୁ ମିଳୁ ନାହିଁ ବିଧବା ଭତ୍ତା, ସରକାରୀ ଆବାସ ଯୋଜନା ଅପହଞ୍ଚ

ବାଙ୍କୀ: ବାଙ୍କୀ ବ୍ଲକ ସୁବର୍ଣ୍ଣପୁର(ସାନ୍ତରାପୁର) ପଞ୍ଚାୟତ ଅଧିନ ଘୋଡାବର ଗ୍ରାମର ୩୦ ବର୍ଷିୟା ବିଧବା ଦେବକୀ ଦଳାଇ। ଦୀର୍ଘ ୮ମାସ ତଳେ ରୋଗରେ ସ୍ୱାମୀ ଦିଲ୍ଲିପ ଦଳାଇଙ୍କର ମୃତ୍ୟୁ ହେଲା ପରେ ପରିବାର ପାଇଁ ବୋଜ ହୋଇଯାଇଛନ୍ତି ଦେବକୀ। ୪ବର୍ଷର ଝିଅ ଲକ୍ଷ୍ମୀ ଓ ୨ ବର୍ଷର ଝିଅ ସ୍ମୃତିରେଖାକୁ ସାଥିରେ ଧରି ପରିବାର ଚଳାଇବା ପାଇଁ ଅସହାୟ ହୋଇପଡିଥିଲା ବେଳେ ଏପର୍ୟ୍ୟନ୍ତ ପାଇ ନାହାନ୍ତି ସରକାରୀ ବିଧବା ଭତ୍ତା। ପୂର୍ବରୁ ରାସନକାର୍ଡରେ ମିଳୁଥିଲା ୧୦ କିଲୋ ଚାଉଳ ଏବେ ସ୍ୱାମୀ ଚାଲିଗଲା ପରେ ୫ କିଲୋ ସରକାରୀ ଚାଉଳରେ ପରିବାର ଚଳାଇବା କଷ୍ଟ ହୋଇପଡିଛି। ସେପଟେ ସରକାର କାହାରି ରହିବ ନାହିଁ ଚାଳ ଘର ସବୁରି ହେବ ପକ୍କା ସ୍ଲୋଗାନ ଦେଉଥିବା ବେଳେ ବିଧବା ଦେବକୀ ଦଳାଇଙ୍କର ଏପର୍ୟ୍ୟନ୍ତ ସରକାରୀ ଆବାସ ଯୋଜନାରେ ଘର ଟିଏ ମିଳିନାହିଁ। ଭଙ୍ଗା ଦରଆଉଜା ଚାଳଛପର ଘରେ ଦହଗଞ୍ଜ ହେଉଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଭାତ କୁମାର ସାହୁଙ୍କୁ ପଚାରିବାରୁ ଦେବକୀ ଦଳାଇଙ୍କ ବିଧବା ଭତ୍ତା ଅନୁମୋଦନ ପାଇଁ ବାଙ୍କୀ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ଆସନ୍ତା ମାସରେ ବିଧବା ଭତ୍ତା ମିଳିଯିବା କଥା କହିଛନ୍ତି। ଆବାସ ଯୋଜନାରେ ଘର ଟିଏ ପାଇଁ ତାଙ୍କର ନାମ ସୁପାରିଶ କରିବା କଥା କହିଛନ୍ତି। ପରିବାରକୁ ଅର୍ନ୍ତଦ୍ୱୟ ଯୋଜନାରେ ସାମିଲ କରାଯାଇ ୩୫କିଲୋ ଚାଉଳ ମାସିକ ସରକାରୀ ପଡି କାର୍ଡରେ ଦିଆଯିବା ପାଇଁ ଗଣମାଧ୍ୟମ ଜରିଆରେ ଦେବକୀ ଦଳାଇ ପ୍ରଶାସନକୁ ଅନୁରୋଧ କରିଛନ୍ତି। ବିଭାଗୀୟ ଅଧିକାରୀ ,ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଗଲେ ଗରୀବ ଅସହାୟ ପରିବାରର ୩ ପ୍ରାଣୀ ବଂଚିବା ପାଇଁ ସାହାରା ପାଇଯିବେ ବୋଲି ଗ୍ରାମବାସୀ ଅନୁରୋଧ ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories