www.samajalive.in
Sunday, December 7, 2025
23.1 C
Bhubaneswar

ସୀମା ବିବାଦ ମଧ୍ୟରେ ଆଜି ଭାରତ-ନେପାଳ ବୈଠକ

ନୂଆଦିଲ୍ଲୀ: ସୀମା ବିବାଦ ସତ୍ତ୍ବେ ଆଜି ଭାରତ-ନେପାଳ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ନେପାଳର ବୈଦେଶିକ ସଚିବ ଏବଂ ଭାରତର ରାଷ୍ଟ୍ରଦୂତଙ୍କ ଆଜି ଏହି ବୈଠକ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ। ସ୍ବାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଶୁଭେଚ୍ଛା ଦେବା ପରେ ଏହି ବୈଠକକୁ ଅଧିକ ଗୁରୁତ୍ବପୂର୍ଣ୍ଣ କରିଛି।

ନେପାଳରେ ଚାଲିଥିବା ପ୍ରକଳ୍ପଗୁଡିକର ଅଗ୍ରଗତିକୁ ନେଇ ଦୁଇ ଦେଶ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବ । ଏହି ବୈଠକରେ ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ନେପାଳ ବୈଦେଶିକ ମନ୍ତ୍ରୀ ଶଙ୍କେର ଦାସ ବୈରାଗୀଙ୍କ ସହ ଆଲୋଚନା କରିବେ । ସ୍ବାଧୀନତା ଦିବସରେ କେପି ଓଲି ମୋଦିଙ୍କୁ ଭାରତର ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ନେଇ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ମୋଦି ମଧ୍ୟ ମହାମାରୀ କୋରୋନା ସମୟରେ ନେପାଳକୁ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । ତେବେ ଉଭୟ ନେତାଙ୍କ ମଧ୍ୟରେ ସୀମା ବିବାଦ କଥା ହୋଇଛନ୍ତି ନା ନାହିଁ ସେକଥା ଜଣାପଡି ନାହିଁ ।ସେପଟେ ଆଜି ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ର ଦଳୀୟ ବୈଠକ ବାଲୁୱାଟାରେ ଅନୁଷ୍ଠିତ ହେବ। ଏଥିସହ କ୍ୟାବିନେଟ ବୈଠକ ମଧ୍ୟ ଡକାଯାଇଥିବାବେଳେ ସୀମା ବିବାଦ ନେଇ ଆଲୋଚନା ହୋଇପାରେ ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories