www.samajalive.in
Sunday, December 7, 2025
26.1 C
Bhubaneswar

ଧୋନୀଙ୍କ ଅବସରକୁ ନେଇ ଭାବପ୍ରବଣ ହେଲେ ଅଧିନାୟକ କୋହଲି; କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରରେ ଭାବପ୍ରବଣ ହୋଇଛନ୍ତି ବର୍ତମାନର ଅଧିନାୟକ ବିରାଟ କୋହଲି । ନିଜ ଟ୍ବିଟରରେ ସେ ପୋଷ୍ଟ କରିଥିବା ନିଜ ମନୋଭାବରେ ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଧୋନିଙ୍କ ଅଧିନାୟକତ୍ଵ​‌ରେ ବିରାଟ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଓ ଭାରତୀୟ ଦଳର ଟେଷ୍ଟ ଟୋପି ପିନ୍ଧିଥିଲେ। ବିଭିନ୍ନ ସମୟରେ ଧୋନୀଙ୍କ ପରାମର୍ଶ ଓ ପଡ଼ିଆରେ ତାଙ୍କୁ ସମର୍ଥନ ଦେଉଥିବାରୁ ବିରାଟ ଧୋନୀଙ୍କର ବେଶ୍ ପ୍ରଶଂସା କରିଥାଆନ୍ତି । ଧୋନୀ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଦାୟିତ୍ଵ ବିରାଟଙ୍କ କାନ୍ଧରେ ପଡ଼ିଥିଲା ଓ ପରବର୍ତୀ ସମୟରେ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦ ମଧ୍ୟ ବିରାଟ ସମ୍ଭାଳିଥିଲେ ।  

- Advertisement -

ବିରାଟ ଟ୍ବିଟରରେ ଧୋନୀଙ୍କ ଫଟୋ ସେୟାର କରି ଲେଖିଛନ୍ତି – ଦିନେ ନା ଦିନେ କ୍ରିକେଟ ଖେଳାଳିଙ୍କ ଯାତ୍ରା ଶେଷ ହୋଇଥାଏ । ମାତ୍ର ଯେତେବେଳେ ଆପଣ କାହାର ବହୁତ ନିକଟତମ ହୋଇଯାଆନ୍ତି ଆଉ ସେତେବେଳେ ସେ ଏପରି ଘୋଷଣା କରନ୍ତି ସେତେବେଳେ ଆପଣ ବହୁତ ଭାବପ୍ରବଣ ଅନୁଭବ କରନ୍ତି । ’

ଏହା ସହ ବିରାଟ ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି-‘ ଦେଶପାଇଁ ଆପଣ ଯାହା କରିଛନ୍ତି ତାହା ସବୁବେଳେ ଲୋକଙ୍କ ହୃଦୟରେ ରହିବ । ମାତ୍ର ପରସ୍ପର ପ୍ରତି ଆମ ମଧ୍ୟରେ ଯେଉଁ ପାରସ୍ପରିକ ସମ୍ମାନ ଥିଲା ତାହା ସବୁବେଳେ ମୋ ସହ ରହିବ । ସବୁ ନିମନ୍ତେ ଆପଣଙ୍କୁ ଧନ୍ୟବାଦ କ୍ୟାପଟେନ୍ ।

ଏହା ସହ ବିରାଟ ସୁରେଶ ରୈନାଙ୍କ ଅବସର ପ୍ରସଙ୍ଗରେ ମଧ୍ୟ ଟ୍ବିଟରରେ ପ୍ରତିକ୍ରିୟା ଦେଇଛନ୍ତି ।‘ ଟପ୍ କ୍ୟାରିୟର ନିମନ୍ତେ ଭାବେଶ ବଧାଇ, ଆଗକୁ ଆସୁଥିବା ସମୟ ନିମନ୍ତେ -ଗୁଡ଼ଲକ୍ । ’

ବିରାଟ କୋହଲି ପ୍ରଥମରୁ କହି ଆସିଛନ୍ତି ଯେ ସେ ହୁଏତ ଭାରତୀୟ ଦଳର ଅଧିନାୟକ । କିନ୍ତୁ ଧୋନୀ ସବୁବେଳେ ତାଙ୍କର ଅଧିନାୟକ ହୋଇ ରହିଛନ୍ତି ଓ ରହିଥିବେ । ବିରାଟ ଓ ଧୋନୀଙ୍କ ମଧ୍ୟରେ ସମ୍ପର୍କ ବେଶ୍ ନିବିଡ଼ ବୋଲି ସମସ୍ତେ ଜାଣନ୍ତି ।

ଦୁହେଁ ମିଶି ଅନେକବାର ଭାରତକୁ ବିଜୟୀ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଧୋନୀ ଅଚାନକ ସନ୍ୟାସ ଘୋଷଣ କରିଛନ୍ତି । ଏହାପୂର୍ବରୁ ୨୦୧୪ରେ ସେ ଟେଷ୍ଟ ଦଳରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେହିପରି ଦିନିକିଆ ଓ ଟି-୨୦ ଦଳରୁମଧ୍ୟ ଅବ୍ୟାହତି ନେବା ନେଇ ମଧ୍ୟ ସେ ଅଚାନକ ଘୋଷଣା କରିଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories