www.samajalive.in
Monday, December 8, 2025
14.1 C
Bhubaneswar

ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ବନ ବିଭାଗ ରେଞ୍ଜର ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ବନ ବିଭାଗ ଅଧିନସ୍ଥ ପଡ଼ିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଦ୍ଧାଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜର ମିର୍ଦ୍ଧାଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଗତ ଜାନୁଆରୀ ୧୬ ତାରିଖରେ ଏକକାଳୀନ ଚଢଉ କରାଯାଇଥିଲା। ସେହି ଚଢ଼ଉ ସମୟରେ ପ୍ରାୟ ୭୪ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ବିଭାଗ ତରଫରୁ ଠାବ କରାଯାଇଥିଲା। ସେ ସମୟରେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ଉ କରାଯାଇ ଠାବ କରାଯାଇଥିବା ସମ୍ପତ୍ତି ଗୁଡିକୁ ଜବତ କରାଯାଇ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତି ସମୟରେ ଭିଜିଲାନ୍ସ ତରଫରୁ ତଦନ୍ତ କରାଯାଇ ଆହୁରୀ ପ୍ରାୟ ୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଏଣୁ ଭିଜିଲାନ୍ସ ବିଭାଗ ଶୁକ୍ରବାର ରେଞ୍ଜର ସୁରେଶ ମିର୍ଦ୍ଧାଙ୍କୁ ଗିରଫ କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟକୁ ଚାଲାଣ କରିଛି।

ଏହା ପରେ ଅଧିକ ତଦନ୍ତ ପାଇଁ ତାଙ୍କୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ହେପାଜତରେ ଅଣାଯାଇଛି ବୋଲି ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରେଞ୍ଜର ମିର୍ଦ୍ଧାଙ୍କ ସଦର ଥାନା ଅର୍ନ୍ତଗତ ପୁଟିବନ୍ଧରେ ଥିବା ତାଙ୍କର ବାସଭବନ ଓ ଜ୍ୱାଇଁ ପ୍ରଦୀପ କୁମାର ମିର୍ଦ୍ଧାଙ୍କ ପୁଟିବନ୍ଧ ସ୍ଥିତ ବାସଭବନ, ଧମା ଥାନା ଅର୍ନ୍ତଗତ ବିଶିଡେରା ଗ୍ରାମରେ ଥିବା ଫାର୍ମ ହାଉସ ଓ କାର୍ଯ୍ୟାଳୟରେ ଜାନୁଆରୀ ମାସରେ ଭିଜିଲାନ୍ସ ଚଢ଼ଉ କରିଥିଲା। ସେ ସମୟରେ ସ୍ଥାବର ସମ୍ପତ୍ତି ମଧ୍ୟରେ ୪୧ ଲକ୍ଷ ୧୭ ହଜାର ୬୯ ଟଙ୍କା ମୂଲ୍ୟ ଆକଳନର ପୁଟିବନ୍ଧର ଦୁଇ ମହଲା କୋଠା, ୫ ଲକ୍ଷ ୪୪ ହଜାର ୮୫୯ ଟଙ୍କା ମୂଲ୍ୟର ବିଶିଡେରାରେ ଫାର୍ମ ହାଉସ ଏବଂ ପୁଟିବନ୍ଧ ମୌଜା ଓ ସମ୍ବଲପୁର ଜିଲା ସୁବର୍ଣ୍ଣପୁର ଠାରେ ୩ଟି ପ୍ଲଟ ଭିଜିଲାନ୍ସ ଠାବ କରିଥିଲା। ଏହା ବ୍ୟତୀତ ଅସ୍ଥାବର ସମ୍ପତ୍ତି ଭାବରେ ଦାମିକିଆ ଆସବାବ ପତ୍ର, ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ୍ସ ଉପକରଣ, ସୁନା ଓ ରୂପା ଅଳଙ୍କାର, ଗୋଟିଏ ମହିନ୍ଦ୍ରା ବୋଲେରୋ ଓ ଗୋଟିଏ ଆକ୍ଟିଭା ଜବତ କରିଥିଲା। ସେ ଗୁଡିକର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୩୬ ହଜାର ୫୭ ଟଙ୍କା ହୋଇଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୧୦ ଲକ୍ଷ ୩୭ ହଜାର ୭୬ ଟଙ୍କା ଜମା ଏବଂ ୬୦ ହଜାର ୩୬୫ ଟଙ୍କା ନଗଦ ଜବତ କରିଥିଲା। ସମସ୍ତ ସମ୍ପତ୍ତିର ମୂଲ୍ୟ ଆନୁମାନିକ ୭୩ ଲକ୍ଷ ୯୫ ହଜାର ୪୨୬ ଟଙ୍କାର ଜବତ ସେ ସମୟରେ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଆହୁରୀ ପ୍ରାୟ ୬ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ତଦନ୍ତ ସମୟରେ ସେ ଆୟ ବର୍ହିଭୂତ ଭାବରେ ଠୁଳ କରିଥିବାର ଜାଣିବାକୁ ପାଇଛି। ଏଣୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ଆଣିଥିବାର ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories