‘ଶୂନ’ ଫଳାଫଳ କରିଥିବା ଶିକ୍ଷାନୁଷ୍ଠାନକୁ ସରକାରଙ୍କ ନୋଟିସ
ଭୁବନେଶ୍ଵର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ‘ଶୂନ’ ଫଳ ପ୍ରଦର୍ଶନ କରିଥିବା ୧୫ ଶିକ୍ଷାନୁଷ୍ଠାନକୁ ନୋଟିସ ଜାରି କରିଛନ୍ତି ସରକାର । କାହିଁ କଲେଜକୁ ଦିଆଯାଇଥିବା ସ୍ବୀକୃତି ପ୍ରତ୍ୟାହାର କରା ନ ଯିବ ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଭାଗୀୟ ନିର୍ଦେଶକ ଚିଠି ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଏଥିରେ ଭଦ୍ରକ ଜିଲାର ନୟନମଣି ୱିମେନ୍ ହାୟର ସେକେଣ୍ଡାରୀ ସ୍କୁଲ, ବଲାଙ୍ଗୀର ଜିଲାର ସୁଶ୍ରୀ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଚୂଡ଼ାପାଲିସ୍ଥିତ ସରକାରୀ (ଏସଏସଡ଼ି) ହାୟର ସେକେଣ୍ଡାରୀ ସ୍କୁଲ, ସୋନପୁରସ୍ଥିତ ପଦ୍ମିନୀ ଦେବୀ ହାୟର ସେକେଣ୍ଡାରୀ ସ୍କୁଲ, ଗଞ୍ଜାମର କୃଷ୍ଣ ଇଣ୍ଟରନେସନାଲ ରେସିଡ଼େନ୍ସିଆଲ ସ୍କୁଲ, ବୃନ୍ଦାବନ ପାଣ୍ଡି ୱିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କୋଦଳାର ଏସ୍ଆରବିଡ଼ି ଆବାସିକ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, କଳାହାଣ୍ଡି ଜିଲାର ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ (ଗରଗବ), ମୟୂରଭଞ୍ଜ ଜିଲାର ୨ଟି ସ୍କୁଲ ଉପେନ୍ଦ୍ରନାଥ ହାୟର ସେକେଣ୍ଡାରୀ ସ୍କୁଲ ଓ ଉଦଳାର ବ୍ରିଲିଆନ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଫୁଲବାଣୀର କେ.ବି.ଏଚ୍ ରେସିଡ଼େନ୍ସିଆଲ ସ୍କୁଲ, ଖୋର୍ଧା ଜିଲା ପଟିଆର ସୁବାସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ପୁରୀର ଭିଜନ ରେସିଡ଼େନ୍ସିଆଲ ସ୍କୁଲ, ଝାରସୁଗୁଡ଼ା ଜିଲା କୁମାରବନ୍ଧର ପଞ୍ଚାୟତ ଆଞ୍ଚଳିକ ହାୟର ସେକେଣ୍ଡାରୀ ସ୍କୁଲ, ସୁନ୍ଦରଗଡ଼ ଜିଲା ଗୋବରାର ଆରଆଇଟି ହାୟର ସେକେଣ୍ଡାରୀ ସ୍କୁଲର ଫଳାଫଳ ଶୂନ ରହିଥିଲା । ଏହି ସ୍କୁଲଗୁଡ଼ିକର ଜଣେ ବି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିଲେ । ତେଣୁ ଏହାକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିବା ସହ ଲିଖିତ ଭାବରେ ଏହାର ଉତ୍ତର ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।
Comments are closed.