ବର୍ଷାଦିନେ ସ୍ମାର୍ଟ ଦେଖାଯିବା ପାଇଁ ବାଛନ୍ତୁ ଏହି ଚପଲ

0

ବର୍ଷାଦିନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ ଚପଲ ବାଛିବାରେ। ବର୍ଷାଦିନେ ଏପରି ଚପଲ ପିନ୍ଧିବା ଦରକାର ଯାହା ଆରାମରେ ସଫା ହୋଇପାରୁଥିବ। କାଦୁଅରେ ଚାଲିଲେ ମଧ୍ୟ ଚପଲ ଚିଣ୍ଡିବାର ସମସ୍ୟା ନ ଥିବ। ଆସନ୍ତୁ ଜାଣିବା ବର୍ଷାରେ କିପରି ଚପଲ ପିନ୍ଧିବା ..
ତଳ ଖଦଡା ଥିବା ଚପଲ:


ଯଦି ଆପଣ ବର୍ଷାରେ ସାଙ୍ଗ ମାନଙ୍କ ସହ ବୁଲିବାକୁ କିମ୍ବା ଟାଇମପାସ କରିବାକୁ ଯାଉଛନ୍ତି ତେବେ ତଳ ସମାନ ଥିବା ଚପଲ ପିନ୍ଧନ୍ତୁ ନାହିଁ। କାରଣ ସାମାନ୍ୟ ପାଣି ହେଲେ ଗୋଡ ଖସି ଯିବାର ସମ୍ଭାବନା ରହିଥାଏ। ଚପଲ ତଳ ଖଦଡା ହୋଇଥିଲେ ଭଲ ଏହାଦ୍ୱାରା ଗୋଡ ଖସିବାର ସମ୍ଭାବନା କମ ରହିଥାଏ। ତଳ ଖଦଡା ଥିବ ଚପଲ ଆକର୍ଷଣୀୟ ରଙ୍ଗର ପିନ୍ଧନ୍ତୁ। ଏହାଦ୍ୱାରା ଆପଣ ସ୍ମାର୍ଟ ଦେଖାଯିବେ।

prayash


ପତଳା ଓ ସରୁ ଫିତା ଥିବା ଚପଲ:
ଆପଣ ବାହାରକୁ ଗଲେ ଯଦି ଜିନ୍ସ ପିନ୍ଧୁଛନ୍ତି ତେବେ ବର୍ଷା ଦିନରେ କେବେ ବି ହିଲ ଚପଲ ପିନ୍ଧନ୍ତୁ ନାହିଁ। ବର୍ଷାଦିନେ ପତଳା ଓ ସରୁ ଫିତା ଥିବା ଚପଲ ଜିନ୍ସ ସହ ପିନ୍ଧିଲେ ସୁନ୍ଦର ଲାଗିଥାଏ। ଏହା ଓଦା ହେଲେ ଆରାମରେ ଶୁଖି ଥାଏ।


ଗମ୍‍ବୁଟସ୍‍:
ବର୍ଷାରେ ଗମ୍‍ବୁଟସ୍‍ ପିନ୍ଧିବା ଦ୍ୱାରା ଆପଣଙ୍କ ପାଦ ଅତ୍ୟନ୍ତ ସୁରକ୍ଷିତ ରହିପାରିବ। ରବରର ଗମ୍‍ବୁଟସ୍‍ ପିନ୍ଧିବା ଦ୍ୱାରା ଚାଲିବାରେ କୌଣସି ଅସୁବିଧା ହୋଇ ନ ଥାଏ। ଏହା ବର୍ଷାରେ ପିନ୍ଧିବା ସୁରକ୍ଷିତ ମଧ୍ୟ ହୋଇଥାଏ।


ଚମଡାର ଚପଲ:
ବର୍ଷାରେ ଚମଡାର ଚପଲ ପିନ୍ଧିବା ଦ୍ୱାରା ଚାଲିବାରେ ଅସୁବିଧା ହୋଇଥାଏ। ଓଦା ହେଲେ ଶୀଘ୍ର ଶୁଖି ନ ପାରି ଛିଣ୍ଡି ଯିବାର ସମ୍ଭାବନା ରହିଥାଏ। ତେଣୁ ବର୍ଷା ଦିନରେ ହାଲକା ରଙ୍ଗର ରବର ଚପଲ ବ୍ୟବହାର କରନ୍ତୁ।

kalyan agarbati
Leave A Reply