www.samajalive.in
Monday, December 8, 2025
14.1 C
Bhubaneswar

କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୧୭ଟି ସ୍ଥାନରେ ବନ୍ଦ ହେବ ବିଏସ୍‍ଏନ୍‍ଏଲ୍‍ ର ୪-ଜି ସେବା

ଭବାନୀପାଟଣା : କେବିକେ ଅଞ୍ଚଳର ଦୁଇ ପ୍ରମୁଖ ଜିଲ୍ଲା ହେଉଛି କଳାହାଣ୍ଡି ବଲାଙ୍ଗିର। ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏହି ଦୁଇ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପମାନ ଘୋଷଣା କରିଥାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦୁଇ ଜିଲ୍ଲାରୁ କେନ୍ଦ୍ର ସରକାରଙ୍କ ବହୁ ପ୍ରକଳ୍ପ ଅନ୍ୟସ୍ଥାନକୁ ଉଠିଯିବାର ନଜର ରହିଛି। ପୁଣି ଏହି ଦୁଇ ଜିଲ୍ଲାରୁ ବି.ଏସ୍‍.ଏନ୍‍.ଏଲ୍‍. ଜି ସେବା କଳାହାଣ୍ଡି ବଲାଙ୍ଗିର ଜିଲ୍ଲାର ୧୭ଟି ସ୍ଥାନରୁ ଉଠିଯିବା ପାଇଁ ଯୋଜନା ଚାଲିଛି।

ନୀତି ଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୦ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଅନ୍ୟତମ ଏହି ଦୁଇଟି ଜିଲ୍ଲା। ଆକାଂକ୍ଷୀ ଜିଲ୍ଲାଗୁଡିକର ସର୍ବାଙ୍ଗୀନ ବିକାଶ ଲାଗି କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ବେଳେ ଭାରତ ସଞ୍ଚାର ନିଗମ ଲିମିଟେଡ (ବି.ଏସ୍‍.ଏନ୍‍.ଏଲ୍‍.) ତାର ଓଲଟା କାମ କରୁଛି। ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ କଳାହାଣ୍ଡି ବଲାଙ୍ଗିର ଜିଲ୍ଲାରେ ୧୭ଟି ସ୍ଥାନରୁ ବିଏସ୍ଏନ୍ଏଲ୍୪ଜି ସେବା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ ଏହି ଦୁଇ ଜିଲ୍ଲାରୁ ୪ଜି ସେବା ପ୍ରତ୍ୟାହାର କରି କନ୍ଧମାଳକୁ ସ୍ଥାନାନ୍ତର କରିବା ପାଇଁ କମ୍ପାନୀ ଉଦ୍ୟମ କରୁଛି। ଏନେଇ ବିଭାଗୀୟସ୍ତରରେ ପଦକ୍ଷେପ ବି ଆରମ୍ଭ ହୋଇଯାଇଛି। ଓଡିଶା ଟେଲିକ୍ମ ସର୍କଲର ଜେନେରାଲ ମ୍ୟାନେଜର ପତ୍ର ସଂଖ୍ୟା ଜି.ଏମ୍‍./ଏନଡ୍ଓବ୍ୱୁପିସିଏମ୍‍/ପିଏଚ୍/ଇମ୍ପ୍ଲିମେଣ୍ଟେସନ୍‍/୨୦୧୭୧୮/୪୨ ତାର.୨୮..୨୦୨୦ରେ ଭବାନୀପାଟଣା, ବଲାଙ୍ଗିର ଫୁଲବାଣୀ ଟିଡିଇଙ୍କୁ ସଂକ୍ରାନ୍ତରେ ପତ୍ର ଲେଖିଛନ୍ତି। ଓଡିଶା ଟେଲିକମ୍ସାର୍କିଲର ଚିଫ୍ଜେନେରାଲ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ଭବାନୀପାଟଣା ବଲାଙ୍ଗିର ଏସ୍‍.ଏସ୍ରୁ ୧୭ଟି ଜେଟିଇ ୪ଜି ଉପକରଣ ଫୁଲବାଣୀ ଏସ୍‍.ଏସ୍‍.ଏରେ ଖଞ୍ଜିବା ପାଇଁ ସ୍ଥିର କରାଯାଇଛି। କନ୍ଧମାଳ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟରେ ଫୁଲବାଣୀ, ଜି.ଉଦୟଗିରି, ଦାରିଙ୍ଗବାଡି ତୁମୁଡିବନ୍ଧର ୨୭ଟି ସ୍ଥାନରେ ଜି ସେବା ଉପଲବ୍ଧ କରାଯିବ। ଏଥିନିମନ୍ତେ ବଲାଙ୍ଗିର ଜିଲ୍ଲା ୨୩ କଳାହାଣ୍ଡି ଜିଲ୍ଲାର ୧୮ଟି ସ୍ୱଳ୍ପ ୪ଜି ଡାଟା ବ୍ୟବହାର ହେଉଥିବା ଅଞ୍ଚଳରୁ ୧୭ଟି ଚିହ୍ନଟ କରି ସେହି ଜି ଉପକରଣରକୁ କନ୍ଧମାଳ ଜିଲ୍ଲାକୁ ସ୍ଥାନାନ୍ତର କରିବା ପାଇଁ ୨ଜିଲ୍ଲାର ଟିଡିଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟେଲିକମ୍ଜେନେରାଲ ମ୍ୟାନେଜର। ତେବେ ଯେଉଁ ୧୭ଟି ସ୍ଥାନରୁ ଟାୱାର ହଟାଇ ନିଆଯିବ। ସେଠାରେ ଜି ସେବା ବଦଳରେ ଏଣିକି କେବଳ ଜି ଉପଲବ୍ଧ ହେବ।

- Advertisement -

ସୂଚନା ଥାଉ ଯେ, ଯେକୌଣସି ଅଞ୍ଚଳର ବିକାଶରେ ଯୋଗାଯୋଗ ବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ ବିଏସ୍ଏନ୍ଏଲ୍କଳାହାଣ୍ଡି ବଲାଙ୍ଗିରର କିଛି ଅଞ୍ଚଳରୁ ୪ଜି ବ୍ୟବସ୍ଥା ଉଠାଇବା ନିଷ୍ପତ୍ତି ନିଃସନ୍ଦେହ ଆକାଂକ୍ଷୀ ଜିଲ୍ଲାଗୁଡିକର ବିକାଶରେ ବାଧା ସୃଷ୍ଟି କରିବ। ଅପରପକ୍ଷେ ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଲକ୍ଡାଉନ୍‍, ସଟ୍ଡାଉନ୍ପରିସ୍ଥିତି ଲାଗି ରହିଛି। ଚଳିତ ଶିକ୍ଷା ବର୍ଷରେ କୌଣସି ଶୀକ୍ଷାନୁଷ୍ଠାନ ଖୋଲିବା ନା ନାହିଁ ତାହା ଅନିଶ୍ଚିତ। ସ୍କୁଲ କଲେଜରେ ଅନ୍ଲାଇନ୍ଶିକ୍ଷାଦାନ ଚାଲିଛି। ଏଭଳି ସସ୍ଥିତିରେ ବିଏସ୍ଏନ୍ଏଲ୍କଳାହାଣ୍ଡି ବଲାଙ୍ଗିର ଜିଲ୍ଲାର ୧୭ଟି ଅଞ୍ଚଳରୁ ଜି ସେବା ଉଠାଇନେବା ଛାତ୍ରଛାତ୍ରୀଙ୍କ ପାଠପଢାକୁ ବିପ୍ରଭା ପକାଇବ। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲାର ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ରାଷ୍ଟ୍ରାୟତ ସଂସ୍ଥା ଜି ସେବା ଉଠାଇନେବା କେତେ ଦୂର ସମୀଚିନ ବୋଲି ଉଭୟ ଜିଲ୍ଲାରେ ଉଦ୍ବେଗ ପ୍ରକାଶ ପାଇଛି। କମ୍ପାନୀର ଏଭଳି ବୈମାତୃକ ମନୋଭାବ ବିରୋଧରେ ଏହି ଦୁଇ ଜିଲ୍ଲାରୁ କେନ୍ଦ୍ରକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଏବଂ ଓଡିଶା ବିଧାନସଭାରେ ଥିବା ମନ୍ତ୍ରୀ, ବିଧାୟକ ଅନ୍ୟ ରାଜୈତିକ ଦଳର ନେତୃମଣ୍ଡଳିମାନେ ତୁରନ୍ତ ପ୍ରତିବାଦର ସ୍ୱର ଉଠାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories