www.samajalive.in
Monday, December 8, 2025
14.1 C
Bhubaneswar

ନାହ୍ଲୁଆ ନଦୀ କୂଳ ପାଲଟିଛି ଦେଶୀ ମଦ ତିଆରି କରିଡର

ଖୁଣ୍ଟା:ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟା ବ୍ଲକ ଅଧୀନ ମହ୍ଲାରପଦାର ନାହ୍ଲୁଆ ନଦୀ କୂଳ ଜଙ୍ଗଲିଆ ସ୍ଥାନରେ ଚଢଉ କରାଯାଇ ଦୀର୍ଘ ଦିନ ଧରି ଚାଲୁଥିବା ୨ଟି ଦେଶୀ ମଦ କାରଖାନାରୁ ବିପୁଳ ପରିମାଣର ମଦ ପ୍ରସ୍ତୁତିି ସରଞ୍ଜାମ, ୨୧୦୦କେଜି ମହୁଲ ପୋଚ, ବିକ୍ରୀ ପାଇଁ ଥିବା ଦେଶୀ ମଦ ଜବତ କରାଯାଇଛି। ତେବେ ସେ ନେଇ ଅବକାରୀ ବିଭାଗ କାହାରି ନାମରେ ମାମଲା ରୁଜୁ କରିନାହିଁ।

ଶୁକ୍ରବାର ବିଭାଗୀୟ ଉଦଳା ନିରୀକ୍ଷକ ଅଭିରାମ ବେହେରା ଓ ଖୁଣ୍ଟା ଭାରପ୍ରାପ୍ତ ଅଧିକାରୀ ରାଜୀବ କୁମାରଙ୍କ ନେତୃତ୍ୱରେ ଖୁଣ୍ଟା ବ୍ଲକର ମହ୍ଲାରପଦା ଅଞ୍ଚଳରେ ଦୁଇ ଗୋଟି ଦେଶୀ ମଦ ତିଆରି କାରଖାନା ଉପରେ ବିଭାଗୀୟ କର୍ମଚାରୀ ମାନେ ଚଢଉ କରିଥିଲେ। ଚଢଉ ସମୟରେ ମଦ ପ୍ରସ୍ତୁତ ସକାଶେ ଥିବା ୨୧କୁଇଣ୍ଟାଲ ମହୁଲ ପୋଚ, ୪ଆଲୁମିୟମ ଡେକଚି, ୩୦ ଗୋଟି ପ୍ଲାଷ୍ଟିକ ଡ୍ରମ, ୪୦ ଜରି ବସ୍ତା, ମଦ ପ୍ରସ୍ତୁତ ସରଞ୍ଜାମ ସହିତ ୪୦ ଲି ଦେଶୀ ମଦ ଜବତ କରାଯାଇଥିଲା।

- Advertisement -

ପ୍ରକାଶ ଥାଉକି ବେଆଇନ ଭାବେ ଉକ୍ତ ଦେଶୀ ମଦ ପ୍ରସ୍ତୁତି କାରଖାନା ଗୁଡିକରେ ଦୀର୍ଘ ଦିନଧରି ଦେଶୀ ମଦ ପ୍ରସ୍ତୁତ କରାଯାଇ ନିୟମିତ ଭାବେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥାଏ। ଅବକାରୀ ଓ ପୁଲିସ ପକ୍ଷରୁ କେବେକେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆସୁଥିଲେ ହେଁ କାର୍ଯ୍ୟାନୁଷ୍ଠନର ଖୁବ ଅଳ୍ପ ଦିନ ବ୍ୟବଧାନରେ ଉକ୍ତ କାରଖାନା ମାନଙ୍କରୁ ପୁଣି ମଦ ପ୍ରସ୍ତୁତି ଆରମ୍ଭ ହୋଇଥାଏ ଯାହା ଆଜିର ଚଢଉ ପରେ ପ୍ରମାଣିତ ହୋଇଛି। ଖବର ନେବାରେ ଜଣା ପଡିଛିଯେ ଉକ୍ତ କାରଖାନାରୁ ମଦ ତିଆରି ବିଭିନ୍ନ ବାଟ ଦେଇ ବ୍ଲକ, ବ୍ଲକ ବାହାରକୁ ଏପରିକି ପଡୋଶୀ ଜିଲାକୁ ଚାଲାଣ କରାଯାଇଥାଏ। ସ୍ଥାନୀୟ ରାଜନେତା ଓ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଉକ୍ତ ଅଞ୍ଚଳର ମଦ ମାଫିଆ ମାନେ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ମଦ ପ୍ରସ୍ତୁତିରେ ଲାଗିଯାଉଛନ୍ତି। ଅବକାରୀ ଓ ପୁଲିସ ଅଧିକ ତତ୍ପରତା ଦେଖାଇଲେ ଏବେ କୋଭିଡ କଟକଣା ସମୟରେ ଖୁଣ୍ଟା ବ୍ଲକରୁ ଆରମ୍ଭ କରି ଗୋପବନ୍ଧୁନଗର ବ୍ଲକରେ ନାହ୍ଲୁଆ ନଦୀ କୂଳକୂଳେ ଗଢିଉଠିଥିବା ସୁଦୀର୍ଘ ଦେଶୀ ମଦ ତିଆରି କରିଡରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇପାରନ୍ତା ଆଜି ଚଢଉ ବେଳେ ମଦ ପ୍ରସ୍ତୁତି ସରଞ୍ଜମ ଓ ପୋଚ ଆଦି ନଷ୍ଟ କରିଦିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଅବକାରୀ ଓ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ଲଗାତାର ନଜର ରଖା ଗଲେ ଦେଶୀ ମଦ ତିଆରି ଉପରେ ଅଙ୍କୁଶ ଲାଗିପାରନ୍ତା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories