www.samajalive.in
Tuesday, December 9, 2025
16.1 C
Bhubaneswar

ଘରକୁ ଏସି ନ ଆସିବାରୁ ଝିଅକୁ ହତ୍ୟା କଲେ ମହିଳା, ସ୍ବାମୀର ପ୍ରତିଆକ୍ରମଣରେ ଚାଲିଗଲା ସ୍ତ୍ରୀ ଜୀବନ

କଥାରେ ଅଛି କ୍ରୋଧ ଓ ଜିଦି ମନୁଷ୍ୟକୁ ଅନେକ ସମୟରେ ବିପଦରେ ପକାଇଥାଏ। ଘରକୁ ଏସି ନ ଆସିବାରୁ ଜଣେ ମହିଳା ନିଜ ଝିଅକୁ ହତ୍ୟା କରିଛନ୍ତି। ପରେ ସ୍ୱାମୀଙ୍କ ହାତରେ ତାଙ୍କର ମଧ୍ୟ ଜୀବନ ଯାଇଛି। ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରା ଅନ୍ତର୍ଗତ ମଲପୁରାରେ ଘଟିଛି।

ମହିଳା ଜଣକ ଘରେ ଏସି ଲଗାଇବାକୁ ସ୍ବାମୀଙ୍କ ନିକଟରେ ଜିଦ୍‌ କରିଥିଲେ। ମାତ୍ର ତାଙ୍କର ଏହି ଜିଦ୍‌ ପୂରଣ ହୋଇପାରି ନ ଥିଲା। ଅର୍ଥାଭାବ ଯୋଗୁ ସ୍ବାମୀ ଏସି କିଣିପାରି ନ ଥିଲେ। ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥିଲା। ଶେଷରେ ମହିଳା ଜଣକ କ୍ରୋଧାନ୍ବିତ ହୋଇ ନିଜର ଦୁଇ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହା ଦେଖି ମହିଳାଙ୍କ ସ୍ୱାମୀ ତାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କଲେ। ମହିଳାଙ୍କ ଆକ୍ରମଣରେ ବଡ଼ ଝିଅର ମୃତ୍ୟୁ ହୋଇଥିବାବେଳେ ସାନ ଝିଅ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛି। ସ୍ବାମୀ ଆକ୍ରମଣରେ ସ୍ତ୍ରୀଙ୍କ ଜୀବନ ଯାଇଛି। ପୁଲିସ ପହଞ୍ଚି ସ୍ବାମୀଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories