ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଏହି ଉପାୟ ଆପଣାନ୍ତୁ
ଜୀବନ ଓ ମୃତ୍ୟୁ ଉଭୟ ଭଗବାନଙ୍କ ହାତରେ ଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ରୋଗ କେତେବେଳେ ହୋଇଯାଏ ତାହା ଆମକୁ ଜଣା ପଡି ନଥାଏ। ରୋଗ ଠାରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟାୟାମ ସହ କିଛି ଉତ୍ତମ ଖାଦ୍ୟ ଖାଇବା ନିହାତି ଜରୁରୀ ଅଟେ। ଏହା ସହ ଫେଙ୍ଗସୁଇରେ ଏପରି କିଛି ଉପାୟ ଅଛି ଯାହାକୁ ପ୍ରୟୋଗ କରିବା ଉଚିତ। ଆସନ୍ତୁ ଜାଣିବା ଏହାର ଉପାୟ:
ଫେଙ୍ଗସୁଇରେ କଇଁଛକୁ ଶୁଭ କୁହାଯାଇଥାଏ। ଏହାକୁ ଘରେ ରଖିବା ଦ୍ୱାରା କପୁପ୍ରଭାବ ଦୂର ହୋଇଥାଏ। କଇଁଛ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିକୁ ବଢାଇଥାଏ। ଯଦି ପରିବାରରେ କୌଣସି ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହେଉଥାଏ ତେବେ ଘରେ ମାଟିର କଇଁଛ ରଖନ୍ତୁ।
ପିଲାଙ୍କ ପାଠପଢାରେ ଉନ୍ନତି ପାଇଁ ଘରେ କାଚ ନିର୍ମିତ କଇଁଛ ରଖନ୍ତୁ। ଏହାଦ୍ୱାରା ପିଲାଙ୍କ ଉପରେ ଖରାପ ନଜର ମଧ୍ୟ ପଡି ନଥାଏ।
ଘରର ବୈଠକ ଖାନାରେ ବାଉଁଶର ଗଛ ଲଗାନ୍ତୁ। ପରିବାର ସଦସ୍ୟଙ୍କ ଫଟୋକୁ ବାଉଁଶରେ ନିର୍ମିତ ଫ୍ରେମରେ ଳଗାଇ ଘରର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରହିବ।
ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଘରର ପୂର୍ବ ଦିଗରେ ଏକ ମାଟି ପାତ୍ରରେ ଲୁଣ ଭର୍ତ୍ତି କରି ରଖନ୍ତୁ।
ପାଣିରେ କ୍ଷୀର ମିଶାଇ ଗାଧୋଇବା ଦ୍ୱାରା ମଧ୍ୟ ଆୟୁ ବୃଦ୍ଧି ହୋଇଥାଏ ବୋଲି ଉଲ୍ଲେଖ ରହିଛି। ଘରୁ ଯେକୌଣସି କାମ ପାଇଁ ବାହାରକୁ ଯିବା ବେଳେ ଦହିରେ କେସର ମିଶାଇ ଖାଇବା ଦ୍ୱାରା ଶୁଭଫଳ ମିଳିଥାଏ।