ମୁମ୍ବଇ : ବର୍ଷା ବେହଲା ହୋଇ ପଡ଼ିଛି ମାୟା ନଗରୀ ମୁମ୍ବଇ। ଲଗାତାର ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବିଭିନ୍ନ ସ୍ଥାନରେ ପାଣି ଭର୍ତି ହୋଇ ଯିବାରୁ ବହୁ ଲୋକେ ଜଳବନ୍ଦି ଅଂଚଳରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ପ୍ରବଳ ବର୍ଷା କାରଣରୁ ରେଳ ଧାରଣାରେ ପାଣି ଜମିବାରୁ ଆସନ୍ତା କାଲି କୋଣାର୍କ ଏକ୍ସପ୍ରେସ ଗଡ଼ିବନି ବୋଲି ସୂଚନା ମିଳିଛି।
ଭାରତୀୟ ପାଣିପାଗ ବିଭାଗ ମୁମ୍ବଇର ଠାଣେ ଓ ପାଲଘର ଅଂଚଳରେ ରେର୍ଡ଼ ଆଲର୍ଟ ଜାରି କରିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ ଏ ବିଷୟରେ କଥା ହୋଇଛନ୍ତି। ପ୍ରତି ସମ୍ଭବ ସାହାଯ୍ୟ କରିବା ପାଇଁ ମୋଦୀ ଠାକରେଙ୍କୁ କହିଛନ୍ତି। ଏହାସହ ଠାକରେ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ରେଳ ଧାରଣାରେ ପାଣି ଜମିବାରୁ କେତେକ ଲୋକାଲ ଟ୍ରେନ ଫଶି ରହିଥିବା ଜଣାପଡ଼ିଛି।
ବର୍ଷାରେ ବେହାଲ ମାୟା ନଗରୀ ; ରେଳ ଧାରଣାରେ ପାଣି, କାଲି ଗଡ଼ିବନି କୋଣାର୍କ ଏକ୍ସପ୍ରେସ
Popular Categories



