www.samajalive.in
Sunday, December 7, 2025
26.1 C
Bhubaneswar

ରାକ୍ଷୀପୂର୍ଣ୍ଣିମାରେ ବିଷ ପିଇଥିବା ଭଉଣୀର ମୃତ୍ୟୁ ; ଭାଇଙ୍କ କାନ୍ଧରେ ଭଉଣୀର କୋକେଇ ଗଲା ଶଶ୍ମାନକୁ

ବଡ଼ସାହି: ରାକ୍ଷୀପୂର୍ଣ୍ଣିମା ପ୍ରତ୍ୟେକ ଭଉଣୀ ପାଇଁ ସ୍ୱତନ୍ତ୍ର ଦିନ। ତେବେ ଏହି ଦିନ ଜଣେ ମା’ର କଥାରେ ବିରକ୍ତି ହୋଇ ୨୫ବର୍ଷର ଝିଅ ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ନାଉପାଳ ପଞ୍ଚାୟତ ନରଣଖୁଣ୍ଟା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ସ୍ୱର୍ଗତ ଶମ୍ଭୁ ସିଂଙ୍କ ପତ୍ନୀ ରାକ୍ଷୀ ପୂର୍ଣ୍ଣିମାରେ ଝିଅ ଗୁରୁବାରୀକୁ ଗୋରୁ ଚରାଇବାକୁ ଯିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ବଡ଼ଭଉଣୀ ବିବାହିତ। ଘରେ ୩ଭାଇ। ରାକ୍ଷୀପୂର୍ଣ୍ଣିମା ଭଳି ଦିନରେ ଗୁରୁବାରୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ଘରେ ସମୟ ଅତିବାହିତ ଇଚ୍ଛାକୁ ସାକାର କରିପାରିଲେନି। ମା’ର କଥାକୁ ଧରି ସୋମବାର ଘରେ ଥିବା କୀଟନାଶକ(ଥିମେଟ) ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଭାଇମାନେ ତାଙ୍କୁ ବାରିପଦା ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ କାଳ କାଳକୁ ଭଉଣୀର ସୁରକ୍ଷା ପାଇଁ ଭାଇଙ୍କ ପ୍ରଚେଷ୍ଠା ହାରିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ଭଉଣୀର ମୃତ୍ୟୁ ଘଟିଥିଲା। ବଡ଼ସାହି ପୁଲିସ ଖବର ପାଇ ସେଠାରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରାହ୍ଣରେ ଘରେ ମୃତଦେହ ପହଞ୍ଚିବା ପରେ ୩ଭାଇ କୋକେଇକୁ କାନ୍ଧ ଦେଇ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିବା ଘଟଣା ଦୁଃଖଦାୟକ ସାଜିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories