www.samajalive.in
Monday, December 15, 2025
14.1 C
Bhubaneswar

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସ୍ୱାସ୍ଥ୍ୟ କର୍ମୀଙ୍କୁ ସମୟରେ ଦରମା ଦିଅ

କରୋନା ଯୁଦ୍ଧର ଆଗ ଧାଡିର ଯୋଦ୍ଧା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦରମା ଯେପରି ଠିକ୍‍ ସମୟରେ ମିଳିବ ତାହା ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଥିବାବେଳେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ ଓ ତ୍ରିପୁରା ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ପଛୁଆ ରହିଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଦରମା ଠିକ୍‍ ସମୟରେ ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦେଶନାମା ଜାରି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ବିଚାରପତି ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଓ ଏମଆର ଶାହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ କ୍ୱାରେଣ୍ଟାଇନ୍‍ରେ ରହିବାର ଅବଧିକୁ ଛୁଟି ବୋଲି ବିବେଚନା କରାଯିବ ନାହିଁ। କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାରଗୁଡିକ ଯଦି କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ପାଳନ ନ କରନ୍ତି କେନ୍ଦ୍ର ଏଥିପାଇଁ ହାତଟେକି ରହିବ ନାହିଁ। ନିର୍ଦେଶ ଯେପରି କାର୍ଯ୍ୟକାରୀ ହେବ ତାକୁ ନିଶ୍ଚିତ କରିବାକୁ ପଡ଼ିବ। ମେହଟ୍ଟା କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଜୁନ୍‍ ୧୭ ଓ ୧୮ ତାରିଖରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦରମା ନିର୍ଦ୍ଧାରିତ ସମୟରେ ଦେବା ଲାଗି କହିଥିଲେ।
ଅନ୍ୟପଟେ ଡାକ୍ତରମାନଙ୍କ ୧୪ଦିନିଆ କ୍ୱାରେଣ୍ଟାଇନ ସମୟକୁ ଛୁଟି ବୋଲି ବିବେଚନା କରିବାକୁ ମେ ୧୫ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦେଶନାମାକୁ ୟୁନାଇଟେଡ ରେସିଡେଣ୍ଟ ଡକ୍ଟରର୍ସ ଆସୋସିଏସନ୍‍ (ୟୁଆରଡିଏ) ଚାଲେଞ୍ଜ କରିଥିଲା। ୟୁଆରଡିଏର ଏପରି ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଡାକ୍ତରମାନଙ୍କ ୧୪ଦିନିଆ କ୍ୱାରେଣ୍ଟାଇନ ଅବଧିକୁ ଛୁଟି ବୋଲି ବିବେଚନା କରାଯିବ ନାହିଁ। ଏହି କ୍ୱାରେଣ୍ଟାଇନ ସମୟକୁ କାର୍ଯ୍ୟଦିବସ ଭାବେ ବିବେଚନା କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories