www.samajalive.in
Saturday, December 6, 2025
19.1 C
Bhubaneswar

ଭାରତକୁ ବ୍ରିଟେନର ସମର୍ଥନ ପରେ ବିଳିବିଳେଇଲା ଚୀନ

ଲାଦାଖରେ ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଉପରେ ସାରା ବିଶ୍ଵ ନଜର ରଖିଛି । ଏସୀୟ ମହାଦେଶର ଦୁଇ ବୃହତ୍ ଶକ୍ତି ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଲାଗି ଆମେରିକା ଚୀନକୁ ଦାୟୀ କରିଛି । ଭାରତ ସପକ୍ଷରେ ଆମେରିକା ଠିଆ ହୋଇଥିବା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି । ଏପରି ସମୟରେ ବ୍ରିଟେନ ମଧ୍ୟ ଖୋଲାଖୋଲି ଭାରତ ସପକ୍ଷ​‌ରେ ଠିଆ ହୋଇଛି । ଲାଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ନିମନ୍ତେ ଚୀନକୁ ଦାୟୀ କରିଛି ବ୍ରିଟେନ୍ । ଚୀନ ଯୋଗୁଁ ଲାଦାଖ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବ୍ରିଟେନ୍ ଅଭିଯୋଗ କରିବା ପରେ ଚୀନ ବିଳିବିଳେଇବା ଆରମ୍ଭ କରିଛି । ଚୀନ୍ କହିଛି ଯେ ଭାରତ ଓ ଆମ ମଧ୍ୟରେ ବେଶ୍ ବୁଝାମଣା ଅଛି । ଏଥିରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ । ତେବେ ବ୍ରିଟେନର ଆଭିମୁଖ୍ୟ ଚୀନକୁ ଅସ୍ତବ୍ୟସ୍ତ କରିଦେଇଛି ଏହା ଅବୁଝା ହୋଇ ରହିନାହିଁ ।

ଗୁରୁବାର ବ୍ରିଟିଶ ହାଇକମିଶନର ଫିଲିପ ୱାର୍ଟନ କହିଥିଲେ ଯେ ହଂକଂ ଓ ଲାଦାଖ ପ୍ରସଙ୍ଗରେ ଚୀନ ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ଚିନ୍ତାଜନକ  । ଚୀନର ଏହି କାର୍ଯ୍ୟକଳାପ ଯେଗୁଁ ଅନେକ ଆହ୍ବାନକୁ ଜନ୍ମ ଦେଇଛି । ଏହି ଆହ୍ବାନର ମୁକାବିଲା ନିମନ୍ତେ ଇଂଲଣ୍ଡ ଆମେରିକା ମିଳିମିଶି କାର୍ଯ୍ୟ କରୁଛନ୍ତି । ଚୀନ ସହ ଆମର କୌଣସି ସୀମା ବିବାଦ ନାହିଁ । ମାତ୍ର ଚୀନ ପକ୍ଷରୁ ହଂକଂରେ ଲଗାଯାଇଥିବା ସୁରକ୍ଷା ନିୟମ ବ୍ରିଟେନ-ଚୀନ ବୁଝାମଣାକୁ ଉଲ୍ଲଙ୍ଘନ କରିଛି । ସିନଜିୟାଙ୍ଗ ଅଞ୍ଚଳରେ  ୱିଗର ମୁସଲମାନଙ୍କ ମାନବାଧିକାର ଉଲ୍ଲଂଘନ କରାଯାଇଛି । ଏହା ମଧ୍ୟ ଅତ୍ୟନ୍ତ ଚିନ୍ତାର ବିଷୟ ।

- Advertisement -

ଅନ୍ୟପକ୍ଷରେ ବ୍ରିଟେନର ଏହି ମନ୍ତବ୍ୟ ଚୀନକୁ ଭାରି ବାଧିଛି । ଚୀନ ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ୍ ଆମେରିକା ଇଙ୍ଗିତରେ କାମ କରୁଛି । ଆମେରିକାର ଇସାରାରେ ହୁୱୈ କମ୍ପାନୀକୁ ବ୍ରିଟେନରେ ବନ୍ଦ କରାଯାଇଛି । ସେହିପରି ଦକ୍ଷିଣ ଚୀନ ସାଗରକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି ।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories