www.samajalive.in
Sunday, December 7, 2025
16.1 C
Bhubaneswar

କଖାରୁ ଡଙ୍କ ଟକାଟକ୍‍

ସାଧାରଣ ଭାବେ ବାରିରେ ମିଳୁଥିବା କଖାରୁ ଡଙ୍କକୁ ଅନେକେ ରାଇ କରି ଖାଇଥାନ୍ତି। ହେଲେ ଏହାକୁ ନେଇ ଆହୁରି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ।
ଆବଶ୍ୟକ ସାମଗ୍ରୀ: କଷି କଖାରୁ ଡଙ୍କ- ୩୦୦ଗ୍ରାମ, ଜହ୍ନି-୧୦୦ ଗ୍ରାମ, ଆଳୁ-୧୦୦ ଗ୍ରାମ, ପିଆଜ- ୧ଟି, ଟମାଟୋ- ୧ଟି, ଅଦା-ରସୁଣ ବଟା ୨ଚାମଚ, ଜିରାଗୁଣ୍ଡ- ୧/୨ ଚାମଚ, ଧନିଆଗୁଣ୍ଡ-୧ଚାମଚ, ୧/୨ ଚାମଚ ଲେଖାଏଁ ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଓ ଗରମ ମସଲା ଗୁଣ୍ଡ, ସୋରିଷ ତେଲ-୫୦ଗ୍ରାମ, ତେଜପତ୍ର-୨ଟି, ନଡିଆ ରସ-୧କପ୍‍, ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି: ପ୍ରଥମେ କଖାରୁ ଡଙ୍କକୁ ଚୋପା ଛଡାଇ ଛୋଟଛୋଟ ଖଣ୍ଡରେ କାଟି ରଖନ୍ତୁ। ଜହ୍ନି ଓ ଆଳୁକୁ ମଧ୍ୟ ଛୋଟ ଖଣ୍ଡ କରି କାଟିଦେବେ। ପିଆଜକୁ ଗୁଣ୍ଡଗୁଣ୍ଡ କରି କାଟି ରଖିବା ସହ ଟମାଟୋ କାଟି ରଖିବେ। ଚୁଲିରେ କଡେଇ ବସେଇ ଅଳ୍ପ ତେଲ ପକାଇଦେବେ। କଖାରୁ ଡଙ୍କ ଓ ଜହ୍ନିକୁ ସାମାନ୍ୟ ଖରଡି କାଢିଦେବା ପରେ ଆଳୁ ମଧ୍ୟ ତେଲରେ ଟିକେ ଭାଜିଦିଅନ୍ତୁ। ଏବେ କଡେଇରେ ଆଉ ତେଲ ଗରମ କରି ସେଥିରେ ତେଜପତ୍ର ଓ କଟା ପିଆଜ ପକାଇ ଭାଜିବେ। ପିଆଜ ଭାଜି ହୋଇ ଆସିବା ପରେ ସେଥିରେ ଅଦା ରସୁଣ ପେଷ୍ଟ ଏବଂ ଏହାର କିଛି ସମୟ ପରେ ଟମାଟୋ ପକାଇ କଷିବେ। ପରେ ଅନ୍ୟ ସବୁ ମସଲା ପକାଇ ଭଲ ଭାବେ କଷିଦେବା ପରେ କଖାରୁ ଡଙ୍କ ଓ ଅନ୍ୟ ପରିବା ପକାଇ ଗୋଳାଇ ଦିଅନ୍ତୁ। ଏହାକୁ ଟିକେ ସମୟ କଷିବା ପରେ କିଛି ଲୁଣ ଓ ପାଣିଦେଇ ଘୋଡାଇଦେବେ। ଡଙ୍କ ସିଝିବା ପରେ ଏକ କପ୍‍ ନଡିଆ ରସ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଇଚ୍ଛା କଲେ ଉପରେ ଅଳ୍ପ ନଡିଆ କୋରା ଦେଇ ସଜାଇ ପାରିବେ। ଚୁଲିରୁ କଡେଇ ଓହ୍ଲାଇ ଗରମ ଭାତ ସହ ପରଷି ଦିଅନ୍ତୁ ଗରମ ଗରମ କଖାରୁ ଡଙ୍କ ଟକାଟକ୍‍।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories