www.samajalive.in
Sunday, December 7, 2025
23.1 C
Bhubaneswar

ଲିଲିମା, ନମିତା ମୋ ଆଦର୍ଶ: ମାରିଆନା

ମୁମ୍ବଇ: ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼। ପୁରୁଷ ହେଉ କି ମହିଳା ଜାତୀୟ ହକିକୁ ସଦାସର୍ବଦା ଦେଇ ଆସିଛି ପ୍ରତିଭାବାନ୍‍ ଖେଳାଳି। ସୃଷ୍ଟି ହୋଉଛନ୍ତି ଅନେକ ଅଲିମ୍ପିଆନ। ସେଥିମଧ୍ୟରୁ ମହିଳା ହକି ମିଡ୍‍ଫିଲଡର ମାରିଆନା କୁଜୁର ଅନ୍ୟତମ। ଓଡ଼ିଶାର ଏହି ଉଦୀୟମାନ ମହିଳା ହକି ତାରକା ଏବେ ଭାରତୀୟ ଜୁନିୟର ମହିଳା ହକି ଦଳର ନିର୍ଭରଯୋଗ୍ୟ ମିଡ୍‍ଫିଲଡର ଭାବେ ବେଶ୍‍ ଖ୍ୟାତି ଅର୍ଜନ କରିବା ସହ ଭାରତୀୟ ମହିଳା ହକିର ଭବିଷ୍ୟତ ଭାବେ ଉଭା ହୋଇଛନ୍ତି। ସିନିୟର ଦଳ ସହିତ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ଦେଶ ପାଇଁ ପଦକ ହାସଲ କରିବା ମାରିଆନାଙ୍କ ସ୍ୱପ୍ନ ରହିଛି।
ସୁନ୍ଦରଗଡ଼ ଜିଲାର ଛୋଟିଆ ଗ୍ରାମ ଟିମ୍‍ନାରେ ଏକ କୃଷକ ପରିବାରରେ ମାରିଆନାଙ୍କ ଜନ୍ମ। ପିଲାବେଳେ ଟିଭିରେ ହକି ଖେଳ ଦେଖି ହକି ଖେଳିବା ନେଇ ବାପାଙ୍କୁ ଅନୁରୋଧ କରିଥିଲେ। ସୁନ୍ଦରଗଡ଼ର ମାଟି, ପାଣି, ପବନରେ ହକିର ବାସ୍ନା ଭରି ରହିଥିବାବେଳେ ଝିଅର ହକି ଖେଳିବା ନେଇ ପ୍ରସ୍ତାବକୁ ପିତା ବିରୋଧ କରିନଥିଲେ; ମାତ୍ର ୧୧ବର୍ଷ ବୟସ ହୋଇଥିବାବେଳେ ୨୦୧୦ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଲାଗି ମନୋନୀତ ହୋଇଥିଲେ। ମାରିଆନା କୁହନ୍ତି,ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ସମୟରେ ନମିତା ଦିଦି ଓ ଲିଲିମା ଦିଦି ଜାତୀୟ ଦଳରୁ ପ୍ରତିନିଧିତ୍ୱ କରୁଥିଲେ। ଦୁଇ ବଡ ଦିଦି ଜାତୀୟ ଦଳରେ ଖେଳିବା ନେଇ ମୋତେ ଅଧିକ ହକି ପ୍ରତି ଉତ୍ସାହିତ କରିଥିଲା। ସବୁବେଳେ ନମିତା ଦିଦି ଓ ଲିଲିମା ଦିଦିଙ୍କ ଖେଳ ଦେଖିବା ସହିତ ତାଙ୍କୁ ଅନୁକରଣ କରିଥାଏ। ତାଙ୍କ ନିକଟରେ ରହିଥିବା ନିଷ୍ଠା, ଏକାଗ୍ରତା ଓ ଉତ୍ସାହ ମୋତେ ସଦାସର୍ବଦା ଅନୁପ୍ରାଣିତ କରୁଛି। ଅଲିମ୍ପିକ୍ସରେ ଖେଳିବା ସହ ଭାରତ ପାଇଁ ପଦକ ଜିତିବା ମୋର ସ୍ୱପ୍ନ ରହିଛି। ମିଡ୍‍ଫିଲଡରେ ଖେଳିବା ନେଇ ମୁଁ ସନ୍ତୁଷ୍ଟ ରହିଛି। ଜଣେ ଦକ୍ଷ ମିଡ୍‍ଫିଲଡର ହେବା ନେଇ ଉଦ୍ୟମ କରୁଛି ବୋଲି ମାରିଆନା କହିଛନ୍ତି। ସୂଚନାଯୋଗ୍ୟ , ମାରିଆନା ୨୦୧୮ରେ ବେଲଜିୟମରେ ଆୟୋଜିତ ୬ଷ୍ଠ ରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories