www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଘଟଣାରେ ସାନଭାଇ ମୃତ, ବଡ଼ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଟାଉନ ଥାନା ବିଟିଏମ ଫାଣ୍ଡି ଅନ୍ତର୍ଗତ ବକ୍ସି ଛକ ନିକଟରେ ଏକ ଟ୍ରଲର ଧକ୍କାରେ ବାଇକ ଆରୋହୀ ସାନ ଭାଇର ମୃତ୍ୟୁ ହୋଇଥିବାବେଳେ ବଡ଼ ଭାଇ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ହେଉଛନ୍ତି ସୁନ୍ଦରଗଡ଼ ନିବାସୀ ବସନ୍ତ କୁଲୁ(୨୫)। ସୂଚନା ଅନୁସାରେ, ବସନ୍ତ ଓ ତାଙ୍କ ବଡ଼ଭାଇ ସୁଶାନ୍ତ(୨୬) ନିଜ ବଡ଼ଭଉଣୀଙ୍କ ଘର ଏଚ୍‌.କଟାପାଲିକୁ ଆସିଥିଲେ। ସେଠାରେ କାମ ସାରି ଘରକୁ ଫେରିବାବେଳେ ବକ୍ସି ଛକ ନିକଟରେ ଏକ ଟ୍ରଲର ଧକ୍କା ଦେଇଥିଲା। ଦୁର୍ଘଟଣା ବିଷୟରେ ସୂଚନା ପାଇ ବିଟିଏମ ଫାଣ୍ଡି ପୁଲିସ ତୁରନ୍ତ ଦୁଇ ଭାଇଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତରମାନେ ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବଡ଼ଭାଇ ସୁଶାନ୍ତଙ୍କ ଚିକିତ୍ସା ଜାରି ରହିିଛି। ଦୁର୍ଘଟଣା ପରେ ଟ୍ରଲର ଚାଳକ ଫେରାର ହୋଇଯାଇଛି। ପୁଲିସ ଟ୍ରଲରକୁ ଜବତ କରି ତଦନ୍ତ ଜାରି ରଖିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories