www.samajalive.in
Tuesday, December 9, 2025
26.1 C
Bhubaneswar

ବ୍ଲକ କଲୋନୀ କଣ୍ଟେନମେଣ୍ଟ ଜୋନ୍‍

ପିପିଲ : ପିପିଲି ପୌରାଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ୧୨ନଂ ୱାର୍ଡର ବ୍ଲକ କଲୋନୀର ନିର୍ଦ୍ଧିଷ୍ଟ ଏକ ଅଞ୍ଚଳକୁ ଜିଲାପାଳ ବଲୱନ୍ତ ସିଂ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଛନ୍ତି। ୨୫ତାରିଖ ସକାଳ ୭ଟାଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି। ଅବଧି ମଧ୍ୟରେ ଏହି ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକେ ବାହାରକୁ ଏବଂ ବାହାର ଅଞ୍ଚଳର ଲୋକଙ୍କୁ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହିବେ ଓ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ସେହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଚିକିତ୍ସା ସୁବିଧାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ପିପିଲି ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ଟିମ୍‍ ଦ୍ୱାରା ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories