www.samajalive.in
Monday, December 8, 2025
14.1 C
Bhubaneswar

କାନପୁର ଅପହରଣ ଓ ହତ୍ୟା ଘଟଣା : ଡେପୁଟି ଏସପିଙ୍କ ସମେତ ୪ ଅଫିସର ନିଲମ୍ବିତ

କାନପୁର : କାନପୁରର ବରାରେ ଲ୍ୟାବ ଟେକ୍ନିସିଆନ ସଞ୍ଜିତ ଯାଦବଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡେପୁଟି ଏସପି ମନୋଜ ଗୁପ୍ତାଙ୍କ ସମେତ ଚାରିଜଣ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ମାମଲାର ତଦନ୍ତ ଏଡିଜି ବିପି ଯୋଗନ୍ଦଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କୁ ତୁରନ୍ତ କାନପୁରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେପୁଟି ଏସପିଙ୍କ ବ୍ୟତୀତ ଆଇପିଏସ୍ ଅପର୍ଣ୍ଣା ଗୁପ୍ତା, ପୂର୍ବତନ ଇନ୍ସପେକ୍ଟର ରଣଜିତ୍ ରାୟ ଏବଂ ଆଉଟପୋଷ୍ଟ ଇନଚାର୍ଜ ରାଜେଶ କୁମାରଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଯୋଗ୍ୟ, ଜୁନ୍ ୨୨ରେ କାନପୁରର ଲ୍ୟାବ ଟେକ୍ନିସିଆନ ସଞ୍ଜିତ ଯାଦବ(୨୮) ତାଙ୍କ ଅପହରଣ ହୋଇଥିଲେ। ଜୁନ୍ ୨୬ରେ ତାଙ୍କୁ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ପାଣ୍ଡୁ ନଦୀରେ ଫିଙ୍ଗି ଦିଆଯାଇଥିଲା।

- Advertisement -

ଗୁରୁବାର ରାତିରେ ପୁଲିସ ମୃତ ସଞ୍ଜିତ ଯାଦବଙ୍କ ବନ୍ଧୁ କୁଲଦୀପ, ରାମବାବୁଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ କୁଲଦୀପ ସଞ୍ଜିତଙ୍କ ସହ କାମ କରୁଥିଲେ। ସେ ରତନଲାଲ ନାଗରରେ ଏକ ଘରଭଡ଼ା ନେଇ ରହୁଥିଲେ। ୨୨ଜୁନ୍ ରାତିରେ ସେ ମଦ୍ୟପାନ କରିବା ବାହାନାରେ ସଞ୍ଜିତଙ୍କୁ ତାଙ୍କ ଘରକୁ ଆଣିଥିଲେ। ଏହା ପରେ ତାଙ୍କୁ ବନ୍ଧକ ରଖିଥିଲା। ଚାରି ଦିନ ପାଇଁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ତାଙ୍କୁ ବନ୍ଧକ ରଖାଯାଇଥିଲା। ଜୁନ୍ ୨୬ରେ କୁଲଦୀପ ତାଙ୍କ ସାଙ୍ଗ ରାମବାବୁ ଏବଂ ଅନ୍ୟ ତିନିଜଣ ସଞ୍ଜିତଙ୍କୁ ହତ୍ୟା କରିଥିଲେ। ଏହା ପରେ କୁଲଦୀପ ମୃତଦେହକୁ ନିଜ କାରରେ ରଖି ପାଣ୍ଡୁ ନଦୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories