www.samajalive.in
Thursday, December 11, 2025
23.1 C
Bhubaneswar

ତଣ୍ଟିରେ ଲାଗିଲା କାଳିଆ କଣ୍ଟା ; ଅନୁଗୋଳ ଜିଲାରେ ୩୭୩୧ ଅଯୋଗ୍ୟ ହିତାଧିକାରୀ

ବନ୍ତଳା : ‘କାଳିଆ’ ଯୋଜନାରେ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀମାନେ ଏବେ ଟଙ୍କା ଫେରାଇବେ ବୋଲି କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ତାଲିକା ପ୍ରସ୍ତୁତ ହୋଇଛି। ଅନୁଗୋଳ ଜିଲାର ଯେଉଁମାନେ ପ୍ରକୃତ ହିତାଧିକାରୀ ନୁହନ୍ତି ସେହିପରି ସହସ୍ରାଧିକ କାଳିଆ ଟଙ୍କା ହାତେଇଛନ୍ତି। ଏ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ କୃଷି ବିଭାଗ ତତ୍ପର ହୋଇ ଉଠିଛି ।

କୃଷି ବିଭାଗ ପକ୍ଷରୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଅନୁଗୋଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୩୭୩୧ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇଷଆ ବୋଲି ନିଷ୍ପତ୍ତି ହୋଇଥିବା ଜଣାଯାଇଛି ା ଏହାକୁ ନେଇ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଭାଲେଣି ପଡିଗଲାଣି।

- Advertisement -

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀମାନଙ୍କର ହିତ ସାଧନ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ସରକାର ଏହା କରିଥିବା ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ।  ଗତବର୍ଷ ଜାନୁଆରୀରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି କିସ୍ତିରେ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀମାନଙ୍କୁ ପର୍ଯ୍ୟାୟ କ୍ର​‌େ​‌ମ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ଜିଲାରେ ସରକାରୀ ଭାବେ ୨ ଟି କିସ୍ତିରେ ୫ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଥିବା ଜଣାପଡିଛି। କିଛି ଜାଗାରେ ଚାଷୀ ୩ୟ କିସ୍ତି ମଧ୍ୟ ପାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଯେଉଁ ଚାଷୀ ’ଭୂମିହୀନ’ ବୋଲି ନିଜର ପରିଚୟ ଦେଇ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ ୧୨ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପ୍ରତିଟି ପଞ୍ଚାୟତ ଓ ବ୍ଲକସ୍ତରରେ କାଳିଆ କମିଟି କରି ହିତାଧିକାରୀ ମନୋନୟନ କରାଯାଇଥିଲା। ହେଲେ ଶହଶହ ବ୍ୟକ୍ତି ତଞ୍ଚକତା କରି ଏହି ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରାଇ ସହାୟତା ପାଇଛନ୍ତି। ମୁଖ୍ୟତଃ ଗୋଟିଏ ପରିବାରର ଏକାଧିକ ଚାଷୀ, ପେନସନଧାରୀ, ଆୟକରଦାତା, ବଡ଼ ଚାଷୀ (ଯେଉଁ ବ୍ୟକ୍ତିଙ୍କର ୫ଏକରରୁ ଅଧିକ ଜମି ଥିବ), ୧୮ବର୍ଷରୁ କମ ବୟସର ଚାଷୀ, ମୃତ ବ୍ୟକ୍ତି, ପୂର୍ବରୁ ଓ ବର୍ତ୍ତମାନ ସାଂସଦ, ବିଧାୟକ ଓ ଜିଲା ପରିଷଦ ସଭ୍ୟ ଥିବା ବ୍ୟକ୍ତି ଏହି ଭଳି ପ୍ରାୟ ୧୫ ବର୍ଗର ଲୋକ ଏହି ସହାୟତା ପାଇ ପାରିବେ ନାହିଁ ବୋଲି କୁହାଯାଇଥିଲା ।

ଅଯୋଗ୍ୟ ହିତାଧିକାରୀଙ୍କୁ ମାସକ ମଧ୍ୟରେ ସରକାରଙ୍କ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା କାଳିଆ ଫେରସ୍ତ ଆକାଉଣ୍ଟରେ ଉକ୍ତ ଅର୍ଥ ଜମା କରିବା ସହ ବ୍ୟାଙ୍କ ରସିଦର ନକଲ ସହ ନିଜର ସମସ୍ତ ତଥ୍ୟ ନିକଟସ୍ଥ ଗୋଷ୍ଠୀ କୃଷି ଅଧିକାରୀ/ସହକାରୀ କୃଷି ଅଧିକାରୀଙ୍କୁ ପ୍ରଦାନ କରି ନିଜର ନାମକୁ କାଳିଆ ତାଲିକାରୁ ବାଦ ଦେବା​‌େ​‌ର ସହାୟକ ହେବାକୁ କୁହାଯାଇଛି  ‘କାଳିଆ’ ଯୋଜନା କିପରି ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ହେବ ସେ ନେଇ ପଞ୍ଚାୟତ ଓ ବ୍ଲକସ୍ତରରେ କମିଟି କରି ଚାଷୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ହେଲେ ଏତେ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ଆସିଲେ କୁଆଡୁ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଭୋଳେଶ୍ୱର ବେହେରାଙ୍କୁ ପଚାରିବା ପରେ ସେ କହିଲେ ଯେ ପୂର୍ବରୁ ତଞ୍ଚକତା କରି ଯେଉଁ ସବୁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ହାତେଇଥିଲେ ଏବେ ସେମାନେ ଧରା ପଡିଛନ୍ତି। ରାସନ କାର୍ଡ ଓ ଆଧାର କାର୍ଡ ସଂଯୋଗ ପରେ ଏହି ସବୁ ଅଯୋଗ୍ୟମାନଙ୍କୁ ଧରିବାକୁ ସହଜ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୩୭୩୧ ଲୋକଙ୍କ ପାଖକୁ ଚିଠି ପଠାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ଚିଠି ମାଧ୍ୟମରେ ସମସ୍ତ ଟଙ୍କା ଫେରାଇବାକୁ ଅନୁରୋଧ ମଧ୍ୟ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆସିବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି।
ଅଯୋଗ୍ୟ ହିତାଧିକାରୀ
ବ୍ଲକ ମୋଟ
ଅନୁଗୋଳ ୪୪୩
ବଅଁରପାଳ ୩୨୩
ଛେଣ୍ଡିପଦା ୩୩୧
ଆଠମଲ୍ଲିକ ୩୮୫
କିଶୋରନଗର ୮୩୮
ତାଳଚେର ୩୩୦
କଣିହାଁ ୭୧୧
ପାଳଲହଡ଼ା ୩୭୦
ମୋଟ ୩୭୩୧

 

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories