ଅପହରଣ ନୁହେଁ, ନିନ୍ଦନୀୟ କାମପାଇଁ ଥାନାରେ ଥିଲେ ନବୀନ ନନ୍ଦ !

0

କଟକ: ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହେବା ଓ ପରେ ସେ ପକେଟ ମାରର ଶିକାର ହୋଇଥିଲେ ବୋଲି ଗତକାଲି ଖବର ଗଣମାଧ୍ୟମରେ ଶୁଣିବାକୁ ମିଳିଥିଲା। ଆଜି ଏହି ଘଟଣାର ନୂଆ ମୋଡ ନେଇଛି।
କୋଲକାତାର ଏକ ଖବର କାଗଜ ‘ପତ୍ରିକା’ର ସୂଚନା ଅନୁଯାୟୀ, ନବୀନ ନନ୍ଦଙ୍କୁ କେହି ଅପହରଣ କରି ନଥି​‌ଲେ ବରଂ କୋଲକତା ପୁଲିସ ଦ୍ବାରା ସେ ଶନିବାର ରାତିରେ ଗିରଫ ହୋଇଥିଲେ , ଏହି ଖବର ପତ୍ରିକାରେ ପ୍ରକାଶିତ ହୋଇଛି। କୋଲକତା ପାର୍କ ଷ୍ଟ୍ରେଟ୍ ନିକଟରେ ଥିବା ଏକ ମାସାଜ୍ ପାର୍ଲରେ  ଖରାପ କାମ ଚାଲିଥିବା ଅଭିଯୋଗରେ ବୋନିୟାପୁର ପୁଲିସ ଶନିବାର ରାତିରେ ଚଢଉ କରିଥିଲା। ଚଢଉ ବେଳେ ପୁଲିସ ୧୮ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ପାର୍ଲରେ ମ୍ୟାନେଜର ସହ ୫ ଜଣ ଦଲାଲ, ୯ ଜଣ ଯୁବତୀ ଓ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଥିଲେ ବୋଲି ଏଥିରେ ଉଲ୍ଲେଖ ଅଛି । ରବିବାର ଦିନ ନବୀନ ନନ୍ଦ ହାଜତରେ ରହିଥିଲେବୋଲି ପତ୍ରିକା ଖବର କାଗଜରେ ସୂଚନା ଦିଆଯାଇଛି । ଏହି ସମୟରେ ସେ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିବା ସହ ଓଡିଶା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲିଟିଥିଲା।

prayash

ଏନେଇ ତାଙ୍କ ପୁଅ ସମ୍ବିତ ନନ୍ଦ କୋଲକତା ଯାଇ ବାପା ନିଖୋଜ ହେବାର ରିପୋର୍ଟ ଲେଖିବା ପରେ ପୁରା ଘଟଣା ସମ୍ନାକୁ ଆସିଥିଲା। ରବିବାର ଦିନ ତାଙ୍କୁ କୋର୍ଟରେ ହାଜର କରିବା ପରେ ଜାମିନ ମିଳିଥିଲା । ସୋମବାର ସକାଳେ ସେ ଆସିଲା ପରେ ଏହି ଘଟଣା ମିଛ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଶନିବାର ରାତିରେ ସେ ବୁଲୁଥିବା ବେଳେ ତାଙ୍କ ପକେଟ୍ ମାରର ଶିକାର ହୋଇଥିଲେ। ପକେଟ୍ ମାର କରିଥିବା ଲୋକକୁ ପିଛା କରି ସେ ଯାଇ ଉକ୍ତ ପାର୍ଲରେ ପହଞ୍ଚିଥିଲେ। ପୂର୍ବରୁ ସେଠାରେ ପୁଲିସର ଚଢଉ ଚାଲିଥିବା ବେଳେ ନବୀନ ନନ୍ଦଙ୍କୁ ପୁଲିସ ଭୁଲବଶତଃ ଗିରଫ କରିଥିଲା। ସେ ଏବେ ନିଜ ଓକିଲଙ୍କ ସହ ବିଚାର ବିମର୍ଷ କରୁଛନ୍ତି  ଏ ସମ୍ପର୍କରେ ସେ ଆଇନଗତ  ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ପକେମାରୁ ପିଛା କରି ସେ କିପରି ପାର୍ଲରରେ ପହଞ୍ଚିଲେ । ତିନି ମହଲା ଉପରେ ଥିବା ପାର୍ଲରରେ କେମିତି ପହଞ୍ଚିଲେ ଏ ନେଇ ଅନେକ ପ୍ରଶ୍ନ ହେଇଛି । ପାର୍ଲରେ ଚଢଉ ଚାଲିଥିବା ବେଳେ ଭିତରକୁ ପ୍ରବେଶ କରିବା ପାଇଁ ପୁଲିସ କିପରି ଅନୁମତି ଦେଲା ସେ ନେଇ ସାମାଜିକ ଗଣାମଧ୍ୟମରେ ଅନେକ ପୋଷ୍ଟ ଅଛି । ତେବେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ନିନ୍ଦନୀୟ କାମ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡିଛି ।

kalyan agarbati
Leave A Reply