www.samajalive.in
Sunday, December 7, 2025
26.1 C
Bhubaneswar

ବାଲେଶ୍ୱର ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସକୁ ହତ୍ୟା

ବାଲେଶ୍ୱର : ବାଲେଶ୍ୱର ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ହତ୍ୟା କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। କମର୍ଦ୍ଧା ଥାନାର ଅନ୍ତର୍ଗତ ଭୋଗରାଇ ବ୍ଲକ ବାଲିମ ପଂଚାୟତ କୁରୁଣ୍ଠିଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି। ଲୁହା ରଡ଼ରେ ରତନଙ୍କ ମୁଣ୍ଡକୁ ପ୍ରହାର ହୋଇ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରତନ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। କିଛି ଗାଡ଼ି ମାଲିକ ସହିତ ମଧ୍ୟ ମାରପିଟ ,ଝଗଡ଼ା, ହୋଇଥିଲା। ପୂର୍ବରୁ ରତନ ନାମରେ ଡକାୟତି, ହତ୍ୟାକାଣ୍ଡ, ଚୋରି, ରାହାଜାନି,ଚୋରା ବନ୍ଧୁକ ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି । ରତନ ନାମରେ ପୂର୍ବରୁ ଏକାଧିକ ଥାନାରେ ଅପରାଧିକ ମାମଲା ରହିଛି। କମର୍ଦ୍ଧା ଥାନା, ବାଲେଶ୍ଵର ଥାନା, ଓ ଗୋଆରେ ମଧ୍ୟ ବହୁ ମାମଲା  ରୁଜୁ ହୋଇ ରହିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ସହ ସମ୍ପୃକ୍ତ ଘଟଣାରେ  ୩ ଜଣଙ୍କୁ ଗିରଫ କରିଛି। ଗୋଟିଏ ଡ଼ମ୍ଫର ମଧ୍ୟ ଜବତ କରିଛି। ମୃତଦେହକୁ ଜଳେଶ୍ୱର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହତ୍ୟାକାଣ୍ଡରେ କିଏ ଜଡ଼ିତ ଅଛି ଏବଂ କାହିଁକି ହତ୍ୟା କରାଯାଇଛି ସେନେଇ ତଦନ୍ତ କରୁଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories