୧୧ ଜଣଙ୍କର ଆତ୍ମହତ୍ୟା ନୁହେଁ , ହତ୍ୟା, ତନ୍ତ୍ର ସାଧନା ହିଁ କାରଣ: ଦିଲ୍ଲୀ ପୁଲିସ

0

ନୂଆଦିଲ୍ଲୀ:   ରବିବାର ସକାଳୁ ଦିଲ୍ଲୀର ଭୁରାରି ଅଞ୍ଚଳରୁ ଗୁରୁ ଗୋବିନ୍ଦ ସିଂ ହସପିଟାଲ ବିପରୀତ ଦିଗରେ ଥିବା ଏକ ଘରର ପ୍ରଥମ ମହଲାରୁ ୧୧ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଥିଲା। ୧୦ ଜଣଙ୍କର ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣେ ବୃଦ୍ଧାଙ୍କର ମୃତ ଶରୀର ଚଟାଣରେ ପଡିଥିଲା । ବୃଦ୍ଧା ମହିଳାଙ୍କୁ ଶ୍ୱାସ ରୁଦ୍ଧ କରି ମରାଯାଇଥିବା ଶବ ବ୍ୟବଚ୍ଛେଦରୁ ଜଣା ପଡିଛି ।  ଘରୁ ମିଳିଥିବା କିଛି ହାତ ଲେଖାରୁ ଘରେ ତନ୍ତ୍ର ସାଧନାରେ ବିଶ୍ୱାସ ରଖୁଥିବାର ପ୍ରମାଣ ମିଳିଥିବା କଥା ପୁଲିସ କହିଛି ।୧୧ ଜଣ  ଆତ୍ମହତ୍ୟା କରି ନାହାନ୍ତି । ଜଣେ ଅନ୍ୟମାନଙ୍କୁ ହତ୍ୟା କରିବାପରେ ଆତ୍ମହତ୍ୟା କରିଥିବା କଥା  ସନ୍ଦେହ  କରାଯାଉଛି ବୋଲି ଦିଲ୍ଲୀ ପୁଲିସର ଅତିରିକ୍ତ ଉପ କମିଶନର ଭିନୀତ କୁମାର କହିଛନ୍ତି । ମୃତକମାନଙ୍କର ଆଖି ଓ ପାଟିରେ କଳାପଟି ବନ୍ଧା ଯାଇଥିବାରୁ ଓ ମିଳିଥିବା ହାତ ଲେଖାକୁ ଏ ବିଷୟରେ କେତକ ପ୍ରମାଣ ମିଳିଛି ବୋଲି ଦିଲ୍ଲୀ ପୁଲିସ କହିଛି  । ଏଥିପାଇଁ ଦିଲ୍ଲୀ ପୁଲିସ ଏକ ହତ୍ୟାମାମଲା ରୁଜୁ କରିଛି । ଏହି ମାମଲା ଏବେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ(ଅପରାଧ ଶାଖା)କୁ ହସ୍ତାନ୍ତର କରାଯାଇଛି ।

prayash

ଏହା ସହ ମୃତକମାନଙ୍କ ରାତ୍ର ଭୋଜନରେ ଏକ ପ୍ରକାର ନିଶା ମିଶାଯାଇଥିବାର ପ୍ରମାଣ ମିଳିଥିବା କଥା  ପଲିସ କହିଛି । ନିଶା ମିଶାଇଥିବା ବ୍ୟକ୍ତି ଜଣଙ୍କ  ବୟସ୍କ ମହିଳା ଉଠିଯାଇ କାଳେ ପାଟି କରି ପଡୋଶୀମାନଙ୍କୁ ଡାକି ଦେବେ ସେଥିପାଇଁ ତାଙ୍କୁ ଶ୍ୱାସରୁଦ୍ଧ କରି ମାରି ଦେଇଛି ବୋଲି ପୁଲିସ ସନ୍ଦେହ କରିଛି ।

ତଦନ୍ତ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ମିଳିଛି  ଓ ତନ୍ତ୍ର ସାଧାନା ପାଇଁ ଏହି ହତ୍ୟାକାଣ୍ଡ ହୋଇପାରେ ବୋଲି ଦିଲ୍ଲୀର ଯୁଗ୍ମ ପୁଲିସ କମିଶନର(ଅପରାଧ) ଆଲୋକକୁମାର କହିଛନ୍ତି ।

kalyan agarbati
Leave A Reply