୨୦ ବର୍ଷ ପରେ ଡାରୱିନ୍‍ ତତ୍ତ୍ୱ ଭୁଲ୍‍ ପ୍ରମାଣିତ ହେବ: କେନ୍ଦ୍ର ମନ୍ତ୍ରୀ

0

ନୂଆଦିଲ୍ଲୀ : ବିବର୍ତ୍ତନବାଦର ପ୍ରବର୍ତ୍ତକ ପ୍ରଖ୍ୟାତ ବୈଜ୍ଞାନକ ଚାର୍ଲସ ଡାରୱିନ୍‍ଙ୍କ ତତ୍ତ୍ୱ ଆଉ ୨୦ ବର୍ଷ ପରେ ଭୁଲ୍‍ ପ୍ରମାଣିତ ହେବ। ଏଭଳି ମତ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ସତ୍ୟପାଲ୍‍ ସିଂହ କହିଛନ୍ତି। ମାନବ ସମ୍ବଳ ବିଭାଗ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ୍‍ ସିଂହ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଅବସରରେ କହିଛନ୍ତି ଯେ ଜଣେ ବିଜ୍ଞାନ ଛାତ୍ର ଭାବରେ ସେ ମାନିବାକୁ ନାରାଜ ଯେ ତାଙ୍କ ପୂର୍ବପୁରୁଷମାନେ ଲାଞ୍ଜ ବିହୀନ ମାଙ୍କଡ଼ ଥିଲେ। ଏହି ମତରେ ସେ ଅଟଳ ଅଛନ୍ତି। ତାଙ୍କୁ କିଏ କେତେ ସମର୍ଥନ କରୁଛନ୍ତି ବା ବିରୋଧ କରୁଛନ୍ତି ସେଥିରେ କିଛି ଫରକ ପଡ଼ିବନି। ଆଜି ନ ହେଲେ ଆସନ୍ତାକାଲି କିମ୍ବା ଅତି ବେଶୀରେ ୨୦ ବର୍ଷ ଭିତରେ ତାଙ୍କ ମତ ସତ ଓ ି ଲୋକେ ଏହାକୁ ଗ୍ରହଣ କରିବେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଜଣଙ୍କ ସିଦ୍ଧାନ୍ତକୁ ବିନା କୌଣସି ପ୍ରମାଣରେ ଗ୍ରହଣ କରି ନେବା ଉଚିତ ନୁହେଁ। କିଛି ମାସ ପୂର୍ବେ ସତ୍ୟପାଲ୍‍ କହିଥିଲେ ଯେ ଡାରୱିନ୍‍ଙ୍କ ବିବର୍ତ୍ତନାବାଦ ତତ୍ତ୍ୱ ଭୁଲ୍‍ ଓ ଏହାକୁ ସ୍କୁଲ୍‍ ଓ କଲେଜ୍‍ ପାଠ୍ୟକ୍ରମରୁ ବାଦ୍‍ ଦିଆଯିବା ଉଚିତ୍‍।

kalyan agarbati
Leave A Reply