www.samajalive.in
Monday, December 15, 2025
17.1 C
Bhubaneswar

ଭିମସାରରେ ସଂକ୍ରମଣ; ୨ କର୍କଟ ରୋଗୀଙ୍କ ସହ ୬ ପଜିଟିଭ୍

ବୁର୍ଲା: ଭିମସାର କର୍କଟ ରୋଗ ବିଭାଗରେ ଦୁଇ ଜଣ ରୋଗୀ କରୋନା ସଂକ୍ରମିତ ହୋଇଥିବା ମଙ୍ଗଳବାର ସୂଚନା ମିଳିଛି। ଏହାସହ ଜଣେ ମହିଳା ଡାକ୍ତର, ଜଣେ ପୁରୁଷ ଚିକିତ୍ସା ସହାୟକ ଏବଂ ଆଟେଣ୍ଡାଣ୍ଟଙ୍କ ସହ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସହ ରୋଗୀଙ୍କ ଲିଙ୍କ ରହିଥିବା ଜଣାପଡ଼ିଛି। ଅନ୍ୟପଟେ, ଗୃହ ସଙ୍ଗରୋଧରେ ରହିବା ପାଇଁ ସେବିକା ଏବଂ କର୍ମଚାରୀ ଅମଙ୍ଗ ଥିବା ଜଣାପଡ଼ିଛି। ହଟସ୍ପଟ ସ୍ଥାନରୁ ଆସିଥିବା ରୋଗୀଙ୍କ ପରୀକ୍ଷା କରା ନଯିବା ଫଳରେ ଏବେ ଭିମସାରରେ ସଂକ୍ରମଣ ସ୍ଥିତି ଜଟିଳ ହେଉଥିବା ଅଭିଯୋଗ ହୋଇଛି। ସଂକ୍ରମିତଙ୍କ ତାଲିକା ବୃଦ୍ଧି ପାଇବା ଆଶଙ୍କା ରହିଛି।
ପଶ୍ଚିମ ଓଡ଼ିଶାର କରୋନା ନୋଡାଲ ସେଣ୍ଟର ହେଉଛି ଭିମସାର ହସ୍‌ପିଟାଲ। ଏଠାରେ ଗତ ପ୍ରାୟ ୪ ମାସ ଧରି ଡାକ୍ତର, ସେବିକା, କର୍ମଚାରୀ କରୋନା ସଂକ୍ରମଣମୁକ୍ତ ରହିଥିଲେ। ଗତକାଲି ପ୍ରଥମେ ଆଇସିୟୁରେ ଜଣେ ଡାକ୍ତରଙ୍କ ସହ ସେବିକା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୁଣି ଆଜି କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଫେରିଥିବା ଦୁଇଜଣ ବରଗଡ଼ ଓ ସମ୍ବଲପୁର ଜିଲାର ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ବରଗଡ଼ ଓ ସମ୍ବଲପୁର କୋଭିଡ୍ ହସପିଟାଲକୁ ପଠାଯାଇଛି। ସୂଚନାଯୋଗ୍ୟ ଯେ, କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସଟ୍‌ଡାଉନ ହେବା ପରେ ଭିମସାର କର୍କଟ ରୋଗ ବିଭାଗରେ ରୋଗୀ ସଂଖ୍ୟା ପାଖାପାଖି ଏକ ଶହରେ ପହଞ୍ଚିଛି। ପ୍ରାୟ ସମସ୍ତ ରୋଗୀ ସେଠାରୁ ହିଁ ଆସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କର୍କଟ ରୋଗ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ ସହିତ ୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ପୃକ୍ତ ସେବିକା ନିଜ ପୁଅକୁ ଧରି କୋଭିଡ୍ ହସପିଟାଲକୁ ଯାଇଥିବା ସୂଚନା ମିଳିଛି। ଗତ ଗୁରୁବାର ଉକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ଭିମସାର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ସେବିକା ଓ କର୍ମଚାରୀମାନେ ନିଜ ପରିବାରବର୍ଗଙ୍କ ସହ ସଂସ୍ପର୍ଶରେ ଆସିଥିବା ସନ୍ଦିଗ୍ଧ ଲୋକଙ୍କ ସ୍ବାବ୍ ପରୀକ୍ଷା କରାଯିବାକୁ ଦାବି କରିଥିଲେ। ତେବେ, ବର୍ତ୍ତମାନ ସ୍ଥିତିରେ ଭିମସାର ଆଇସୋଲେସନ୍‌ରେ ୨୬ ଜଣଙ୍କୁ ରଖାଯାଇ ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଥିବା ଜଣାପଡ଼ିଛି। କର୍କଟ ରୋଗ ବିଭାଗର ପ୍ରାୟ ସମସ୍ତ ସେବିକା ଓ କର୍ମଚାରୀ ହୋମ୍‌ କ୍ବାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି। ବିଭାଗ ଡାକ୍ତର ଓ କର୍ମଚାରୀ ଶୂନ୍ୟ ଥିବାବେଳେ ନୂଆ ରୋଗୀ ଭର୍ତ୍ତି ବନ୍ଦ ରଖିବାକୁ ପରାମର୍ଶ ଦିଆଯାଉଛି। କିଛି ରୋଗୀଙ୍କୁ ଡିସ୍‌ଚାର୍ଜ ମଧ୍ୟ କରି ଦିଆଯାଇଛି।
ଅନ୍ୟପକ୍ଷରେ, ଭିମସାରରେ ରୋଗୀଙ୍କୁ ଭର୍ତ୍ତି କରାଯିବା ପୂର୍ବରୁ ସନ୍ଦିଗ୍ଧଙ୍କ ରାପିଡ୍ ଆଣ୍ଟିଜେନ ପରୀକ୍ଷା କରାଯିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇନଥିଲା। ଏହି ଘଟଣା ସମ୍ପର୍କରେ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଡା. ଜୟଶ୍ରୀ ଦୋରା କହିଛନ୍ତି ଯେ, ସଂକ୍ରମିତ ଡାକ୍ତର ଓ କର୍ମଚାରୀଙ୍କୁ ସମ୍ବଲପୁର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରଯିବା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଭିମସାର ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଚାଲିଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories