‘କୋଭିଡ୍‌-୧୯’ର କଣ୍ଟାକ୍ଟ ଟ୍ରେସିଂ କ’ଣ, କିଭଳି ଏହା କରିଥାଏ କାର୍ଯ୍ୟ?

ସାରା ବିଶ୍ବରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ଆକ୍ରାନ୍ତ ରୋଗୀ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା ଯଥେଷ୍ଟ ରହୁଛି। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିଲେ ଏହି ଭୂତାଣୁ ଦ୍ବାରା ଅଧିକ ଲୋକ ଆକ୍ରାନ୍ତ ହେବେ ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି। ଅପରପକ୍ଷରେ ଜଣେ କରୋନା ଆକ୍ରାନ୍ତ ସୁପର୍‌ସ୍ପେଡର ହୋଇ ବହୁ ଲୋକଙ୍କୁ ଏହି ରୋଗ ବାଣ୍ଟିବା ଆଶଙ୍କା ରହୁଛି, ଯାହା ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରିଥାଏ ଏବଂ ନିୟନ୍ତ୍ରଣ କରିବା କଠିନ ହୋଇଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ପରୀକ୍ଷା କରାଯିବା ପରେ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଜାଣିବା ପାଇଁ ଯେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଉଛି ତାହାକୁ ‘କଣ୍ଟାକ୍ଟ ଟ୍ରେସିଂ’କୁହାଯାଉଛି।

prayash

କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ କରାଯାଇ ତାଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ହେଉଛି ‘କଣ୍ଟାକ୍ଟ ଟ୍ରେସିଂ’ର ଆଭିମୁଖ୍ୟ। ଏହା ଅତି ସହଜ ମନେ ହେଉଥିଲେ ମଧ୍ୟ ଏକ ଜଟିଳ ପ୍ରକ୍ରିୟା। ସ୍ବାସ୍ଥ୍ୟୃ ବିଶେଷଜ୍ଞ କହିଛନ୍ତି ଯେ ‘କଣ୍ଟାକ୍ଟ ଟ୍ରେସିଂ’ ଦ୍ବାରା କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ ଏବଂ ଲୋକେ ନିରାପଦରେ ଜୀବନ ଯାପନ କରିପାରିବେ।
କରୋନା ଏକ ଭୂତାଣୁ ବାହକ ରୋଗ ହୋଇଥିବାରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଜରୁରୀ। ‘କଣ୍ଟାକ୍ଟ ଟ୍ରେସିଂ’ ସମୟରେ କରୋନା ଆକ୍ରାନ୍ତଙ୍କ ସହ ୬ଫୁଟ ଦୂରତା ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଚିହ୍ନଟ କରାଯାଏ, କାରଣ ସେମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି। କରୋନା ଆକ୍ରାନ୍ତଙ୍କ ନିବିଡ଼ ସମ୍ପର୍କ ଓ ଅତି ଘନିଷ୍ଠ ଥିବା ବ୍ୟକ୍ତିଙ୍କ ମଧ୍ୟ ‘କଣ୍ଟାକ୍ଟ ଟ୍ରେସିଂ’ରେ ସାମିଲ କରାଯାଏ। ସେହିପରି ୧୦ ମିନିଟ୍ ମଧ୍ୟରେ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସହିତ ମିଳାମିଶା କରିଥିବେ ସେମାନଙ୍କର ମଧ୍ୟ ‘କଣ୍ଟାକ୍ଟ ଟ୍ରେସିଂ’ ହୁଏ। ‘କଣ୍ଟାକ୍ଟ ଟ୍ରେସିଂ’ ସମୟରେ ଯେଉଁମାନଙ୍କୁ ଚିହ୍ନଟ କରାଯାଏ ସେମାନଙ୍କୁ ବ୍ୟକ୍ତିଗତ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଏ। ପରବର୍ତ୍ତୀ ସମୟରେ ଯଦି କିଛି କରୋନା ଲକ୍ଷଣ ଦେଖାଦିଏ ତାହେଲେ ସେମାନଙ୍କର କୋଭିଡ୍‌-୧୯ପରୀକ୍ଷା ହୋଇଥାଏ।
ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ‘କଣ୍ଟାକ୍ଟ ଟ୍ରେସିଂ’ କରିବା ଆହ୍ବାନ ସୃଷ୍ଟି କରିଛି। କାରଣ ପରିବାର, ସାଙ୍ଗସାଥୀ, ହୋଟେଲ୍‌, ରେଷ୍ଟୁରାଣ୍ଟ, ଦୋକାନ ବଜାର, କାର୍ଯ୍ୟାଳୟ ଆଦିରେ କରୋନା ଆକ୍ରାନ୍ତ ସମ୍ପର୍କରେ ଥିବା ଜଣାପଡ଼ିଥାଏ। ତେବେ କରୋନା ଆକ୍ରାନ୍ତ ରୋଗୀ ଭୟମିତ ନ ହୋଇ ଯାତାୟତ ଓ ମିଳାମିଶା ସମ୍ପର୍କରେ ନିଜର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କଲେ ‘କଣ୍ଟାକ୍ଟ ଟ୍ରେସିଂ’ ସହଜ ହୋଇଥାଏ। ଅପରପକ୍ଷରେ ଯେଉଁମାନେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜାଣିପାରିବେ ସେମାନେ ବ୍ୟକ୍ତିଗତ ଭାବେ ପ୍ରଶାସନକୁ ଏ ସମ୍ପର୍କରେ ସୂଚନା ଦେବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

kalyan agarbati

Comments are closed.