ସୁଶାନ୍ତଙ୍କ ମୃତ୍ୟୁକୁ ମାସେ; ଭାବପ୍ରବଣ ହୋଇ ରିୟା ଲେଖିଲେ…
ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୧ ମାସ ବିତିଯାଇଛି। ଏହାକୁ ନେଇ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଆବେଗପୂର୍ଣ୍ଣ ପୋଷ୍ଟ କରିଛନ୍ତି ଅଭିନେତାଙ୍କ ପ୍ରେମିକା ବୋଲାଉଥିବା ରିୟା ଚକ୍ରବର୍ତ୍ତୀ।
ସୁଶାନ୍ତଙ୍କ ସହ ନିଜର ଏକ ଫଟୋ ଶେୟାର କରି ସେ ଲେଖିଛନ୍ତି, “ଆଜି ମଧ୍ୟ ନିଜ ଆବେଗକୁ ସାସ୍ନା କରିବାକୁ ସଂଘର୍ଷ ଜାରି ରଖିଛି। ମୋ ହୃଦୟରେ ହୋଇଥିବା ଏହି ଜଖମ ସାରା ଜୀବନ ଭରିବ ନାହିଁ। ଲଭପାଇବା କ’ଣ ତାହା ମୁଁ ତୁମଠାରୁ ହିଁ ଶିଖିଛି। ତୁମ ପାଇଁ ମୋର ପ୍ରେମ ଉପରେ ବିଶ୍ବାସ ଆସିଛି। ତୁମେ ମୋତେ ଜୀବନର ଅର୍ଥ ବୁଝାଇଥିଲ। ସ୍ୱର୍ଗରେ ତୁମକୁ ଜହ୍ନ ତାରା ଖୁସି ମନରେ ସ୍ୱାଗତ କରିଥିବେ। ଆମ ଭଲପାଇବାକୁ ପ୍ରକାଶ କରିବାକୁ ମୋ ପାଖରେ ଶବ୍ଦ ନାହିଁ। ୩୦ ଦିନ ହେଲା ହରାଇଛି ସତ, କିନ୍ତୁ ସାରା ଜୀବନ ଭଲପାଇବି”।
ରିୟାଙ୍କ ଏହି ପୋଷ୍ଟରେ ଅନେକ ବଲିଉଡ୍ ସେଲିବ୍ରିଟି କମେଣ୍ଟ କରିଥିବା ଦେଖାଯାଇଛି। ତାହିରା କଶ୍ୟପ, ଟାଇଗର ଶ୍ରଫ ପ୍ରମୁଖ କଳାକାର ଏହି ପୋଷ୍ଟରେ କମେଣ୍ଟ କରି ରିୟାଙ୍କୁ ଧୈର୍ୟ୍ୟ ଧରିବାକୁ କହିଛନ୍ତି। ଅପର ପାର୍ଶ୍ବରେ କିଛି ଲୋକ ରିୟାଙ୍କ ପୋଷ୍ଟରେ ତାଙ୍କୁ ସୁଶାନ୍ତଙ୍କ ହତ୍ୟାକାରୀ କହିଥିବା ବେଳେ ଆଉ କିଛି ରିୟାଙ୍କୁ ମିସେସ୍ ଭଟ୍ଟ ବୋଲି ମଧ୍ୟ ସମ୍ବୋଧିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ୧ ମାସ ହୋଇଗଲାଣି।
Comments are closed.