www.samajalive.in
Monday, December 15, 2025
16.1 C
Bhubaneswar

ପଶ୍ଚିମବଙ୍ଗ ବିଜେପି ବିଧାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲା ବିଜେପି

କଲକତା : ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲାର ବିନ୍ଦାଲରେ ଥିବା ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


ତେବେ ବିଜେପି ନେତା ରାହୁଲ ସିହ୍ନା ଟିଏମସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ସିବିଆଇ ତଦନ୍ତର ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରୁଛୁ। ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ତୃଣମୂଳ କଂଗ୍ରେସ୍ ଏହି ହତ୍ୟା ପଛରେ ରହିଛି ଏବଂ ସେ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ହତ୍ୟା ପଛରେ ସତ୍ୟତା ପତ୍ତା ଲଗାଇବା ପାଇଁ ସିବିଆଇ ତଦନ୍ତର ଆଦେଶ ଦିଅନ୍ତୁ। ସେହିପରି ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ବାହାର କରିବାର ଆବଶ୍ୟକତା ଥିବା ଟ୍ୱିଟ୍ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।

- Advertisement -


ଦେବେନ୍ଦ୍ର ନାଥ ରାୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିଲା ତଦନ୍ତ କରୁଛି ପୁଲିସ । ୨୦୧୬ସେ ହେମଟାବାଦରୁ ସିପିଆଇ ଟିକେଟରେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦେବେନ୍ଦ୍ର ବିଜେପିରେ ସାମିଲ ହୋଇଥିଲେ ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories