www.samajalive.in
Sunday, December 7, 2025
26.1 C
Bhubaneswar

ଶୁକ୍ରବାର ବିଶେଷ : ଜାଣନ୍ତୁ ଶ୍ରୀଫଳର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶ୍ରୀଫଳର ବିଶେଷତ୍ୱ ଓ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସମସ୍ତ ଧାର୍ମିକ କାର୍ୟ୍ୟରେ ଶ୍ରୀଫଳ ଅର୍ଥାତ ନଡ଼ିଆକୁ ନିଶ୍ଚୟ ବ୍ୟବହାର କରାଯାଏ । ଏହାକୁ ପୂଜାର୍ଚ୍ଚନାରେ ଓ ଭୋଗରେ ମଧ୍ୟ ବ୍ୟବହାର କରାଯାଏ। ଏପରି ସମସ୍ତ ନଡ଼ିଆକୁ ଶ୍ରୀଫଳ କୁହାଉଥିଲେ ମଧ୍ୟ ମୁଖ୍ୟତଃ ଏକ ଆଖି ବିଶିଷ୍ଟ ନଡ଼ିଆକୁ ହିଁ ଶ୍ରୀଫଳ କୁହାଯାଏ।
ଏକ ଆଖି ବିଶିଷ୍ଟ ନଡ଼ିଆରେ ସାକ୍ଷାତ ମା’ଲକ୍ଷ୍ମୀ ବାସ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ଏହା ଖୁବ ଦୁର୍ଲ୍ଲଭ। ଶହେ କିମ୍ବା ହଜାରେ ନଡ଼ିଆରେ ଏଭଳି ଶ୍ରୀଫଳ ଗୋଟିଏ ମିଳିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ନଡ଼ିଆ ଯାହା ନିକଟରେ ଥାଏ, ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ତାଙ୍କ ଉପରେ ରହିଥାଏ। ସେମାନଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହାକୁ ଭଙ୍ଗା ଯାଏ ନାହିଁ।
କିଭଳି ଚିହ୍ନିବେ ଏହି ନଡ଼ିଆ …….
ସାମାନ୍ୟ ନଡ଼ିଆର ଆକୃତିରେ ୩ଟି ଛିଦ୍ର ଦେଖାଯାଏ। ଯାହାକୁ ଦୁଇ ଆଖି ଓ ଏକ ମୁଖ କୁହାଯାଏ। ଏହା ଏହି ନଡିଆରେ ୩ଟି ସିଧା ଭଳି ରେଖା ଦେଖାଯାଏ। ମାତ୍ର ଏକ ଆଖି ବିଶିଷ୍ଟ ନଡ଼ିଆରେ କେବଳ ଦୁଇଟି ଛିଦ୍ର ଥାଏ। ଯାହାକୁ ଏକ ମୁଖ ବା ଏକ ଆଖି ବୋଲି କୁହାଯାଏ। ଏହାସହ ଏହି ନଡ଼ିଆରେ ମାତ୍ର ଦୁଇଟି ରେଖା ଥାଏ।
ଏକ ଆଖି ବିଶିଷ୍ଟ ନଡ଼ିଆକୁ ବିଶେଷ ମୁହୂର୍ତ୍ତ ଯେପରି ଦୀପାବଳୀ, ହୋଲି, ରବି-ପୁଷ୍ୟା, ଗୁରୁ- ପୁଷ୍ୟା, ଆଦି ସମୟରେ ଷୋଡ଼ଷୋପଚାର ପୂଜା କରି ଏହାକୁ ଲାଲ ରେଶମୀ ବସ୍ତ୍ରରେ ବାନ୍ଧି ନିଜ ବ୍ୟବସାୟ କ୍ଷେତ୍ର କିମ୍ବା ନିଜ ଆଲମିରାରରେ ରଖନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ନଡ଼ିଆ ରହିଲେ କଦାପି ଧନର ଅଭାବ ହୋଇନଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories