www.samajalive.in
Monday, December 15, 2025
17.1 C
Bhubaneswar

ୟେସ ବ୍ୟାଙ୍କ ମୁଖ୍ୟଙ୍କ ୨୫୦୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁରଙ୍କ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଆଣ୍ଟି ମନି ଲଣ୍ଡରିଂ ଆଇନ ଅଧୀନରେ ଇଡି ଏହି ସମ୍ପତ୍ତି ଜବତ କରିଛି । ଏହା ସହ ପ୍ରବର୍ତ୍ତନ ନିର୍ଦେଶାଳୟ ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟର୍ସ କପିଲ ଏବଂ ଧିରଜ ୱାଧାୱନଙ୍କ ସମ୍ପତ୍ତି ଜବତ କରିଛି। ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଂ ଆଇନ (ପିଏମ୍‌ଏଲ୍‌ଏ) ଏହି ଦୁହିଁଙ୍କ ସମ୍ପତ୍ତି ଜବତ ହୋଇଛି । ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ ରହିଛନ୍ତି। ଏମାନଙ୍କ ବିରୋଧରେ ମାମଲା ମଧ୍ୟ ଚାଲିଛି। ରାଣା କପୁର ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ମୁମ୍ୱଇ, ଦିଲ୍ଲୀ, ଲଣ୍ଡନ ଏବଂ ନ୍ୟୁୟର୍କର ମୋଟ ୧୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଇଡ଼ି ଜବତ କରିଛି। ସେହିପରି ଡିଏଚଏଫଏଲ ପ୍ରମୋଟର୍ସ ୱାଧାୱନ ବ୍ରଦର୍ସଙ୍କ ମୁମ୍ୱଇ, ଅଷ୍ଟ୍ରେଲିଆ, ଲଣ୍ଡନ ଏବଂ ପୁଣେ ସମ୍ପତ୍ତି ଜବତ ହୋଇଛି। ଇଡି ଏହି ବ୍ୟାଙ୍କ ଘୋଟଲାର ତଦନ୍ତ କରି ଚଳିତବର୍ଷ ମେ ମାସରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ରାଣା କପୁରଙ୍କ ସହିତ ତାଙ୍କ ସ୍ତ୍ରୀ ବିନ୍ଦୁ କପୁର, ଝିଅ ରୋଶନୀ, ରାକ୍ଷୀ ଏବଂ ରାଧାଙ୍କ ନାମ ରହିଛି। ଶ୍ରୀ କପୁର ମଧ୍ୟ ଋଣ ଦେଇଥିବା କଥା ସ୍ୱୀକାର କରିଛନ୍ତି। ଏବେ ଇଡି ଖୁବଶୀଘ୍ର ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିବ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories