www.samajalive.in
Monday, December 15, 2025
17.1 C
Bhubaneswar

ପଣ୍ୟ ପରିବହନ ପାଇଁ ରେଳବାଇ ଦେବ ରିହାତି

ଭୁବନେଶ୍ବର: ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ସହିତ ପଣ୍ୟ ପରିବହନ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ ପାଇଁ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ଭଡାରେ ରିଆତି ଦେବାକୁ ଯୋଜନା କରିଛି ରେଳବାଇ। କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ସ୍ୱଳ୍ପ ଦୂରତାରେ ଅନ୍ୟାନ୍ୟ ପଣ୍ୟ ପରିବହନ ପାଇଁ ୫୦ କିମି ପର୍ଯ୍ୟନ୍ତ ୫୦% ରିଆତି ଦିଆଯାଇଥିବାବେଳେ ୫୧ କି.ମି.ରୁ ୭୫ ଦୂରନ୍ତ ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୨୫% ରିଆତି ଏବଂ ୭୬ରୁ ୯୦ କି.ମି. ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୧୦% ରିଆତି ଘୋଷଣା କରାଯାଇଛି । ୯୧ କିମିରୁ ୧୦୦ କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ । ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡା ଧାର୍ଯ୍ୟ କରାଯାଇଥିଲା । ଏହି ରିଆତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ । ଏହି ରିଆତିକୁ ୨୦୨୦ ଜୁଲାଇ ମାସ ପହିଲାଠାରୁ ୨୦୧୧ ଜୁନ ମାସ ୩୦ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏହାବ୍ୟତୀତ ଅନ୍ୟ କୌଣସି ରିଆତି କାର୍ଯ୍ୟକାରୀ କରାଯିବ ନାହିଁ । କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିଆତି ଲାଗୁ କରାଯିବ । ଅଧିକ ଦୂରତ୍ୱ ପଣ୍ୟ ପରିବହନ ପାଇଁ ରେଳ ମନ୍ତ୍ରାଳୟ ମଧ୍ୟ ରିଆତି ନିୟମାବଳୀ ଜାରି କରିଛି । ଏହି ନିୟମାବଳୀ ଆଧାରରେ କୋଇଲା ଓ କୋକ ପରିବହନ କ୍ଷେତ୍ରରେ ୧୪୦୦ କିମିରୁ ଅଧିକ ଦୂରତ୍ୱ ଏବଂ ଲୁହା ଓ ଷ୍ଟିଲ ପରିବହନ କ୍ଷେତ୍ରରେ ୧୬୦୦ କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ରିଆତି ଯୋଜନା କରିଥିବାବେଳେ ଲୁହା ପଥର ପରିବହନ କ୍ଷେତ୍ରରେ ୧୫୦୦କିମି ରୁ ଅଧିକ ଦୂରତ୍ୱ ପାଇଁ ୨୦% ଏବଂ ୭୦୧ ରୁ ୧୫୦୦ କିମି ଦୂରତ୍ୱ ପାଇଁ ୧୫% ରିଆତି ଯୋଜନା କରିଛି । ଏହିସବୁ ରିଆତି ସାଧାରଣ ଶୁଳ୍କ ଦର (ଏନଟିଆର) ଆଧାରରେ ଟ୍ରେନ ବୋଝେଇ ପାଇଁ ଲାଗୁ ହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories