www.samajalive.in
Monday, December 8, 2025
14.1 C
Bhubaneswar

ଶାସ୍ତ୍ରରେ ସ୍ୱପ୍ନର ଅର୍ଥ : ଏହାସହ ଜଡ଼ିତ କିଛି ଜଣା ଅଜଣା କଥା

ସ୍ୱପ୍ନ ଜାଗ୍ରତ ଥିବା ସମୟରେ ଆସେ ନାହିଁ କିମ୍ବା ନିଦ୍ରାରେ ବରଂ ଏହି ଦୁଇଟି ଅବସ୍ଥାର ମଧ୍ୟମ ସମୟରେ ଆସିଥାଏ। ସ୍ୱପ୍ନ ମନର ଏକ ବିଶେଷ ଅବସ୍ଥା ଅଟେ। ଯେଉଁଥିରେ ବାସ୍ତବିକତାର ପୂର୍ବାଭାସ ମିଳିଥାଏ। ସ୍ୱପ୍ନ ଆସିବା ପଛରେ ଖାଦ୍ୟପେୟ ଓ ରୋଗର ଭୂମିକା ମଧ୍ୟ ରହିଛି। ଗ୍ରହ ଓ ରାଶି କାରଣରୁ ମଧ୍ୟ ସ୍ୱପ୍ନ ଆସିଥାଏ। ମାତ୍ର ସମସ୍ତ ସ୍ୱପ୍ନର ଅର୍ଥ ନଥାଏ, ବହୁ ସ୍ୱପ୍ନ ନିରର୍ଥକ ଅଟେ।
ଧର୍ମଶାସ୍ତ୍ରରେ ସ୍ୱପ୍ନର ଅର୍ଥ
ଭିନ୍ନ ଭିନ୍ନ ଘଟଣାର ମାଧ୍ୟମରୁ ପୁରାଣରେ ସ୍ୱପ୍ନର ଅର୍ଥ ବିଷୟରେ କୁହାଯାଇଛି।
ରାମଚରିତମାନସରେ ସ୍ୱପ୍ନ ବିଷୟରେ ବିଶେଷ ଚର୍ଚ୍ଚା କରାଯାଇଛି।
ଏହା ଛଡ଼ା ଭଗବାନ ମହାବୀର ଏବଂ ଗୌତ୍ତମ ବୁଦ୍ଧଙ୍କ ଜନ୍ମର ସମ୍ବନ୍ଧ ସ୍ୱପ୍ନ ସହ ଜଡ଼ିତ ହୋଇରହିଛି।
ଶାସ୍ତ୍ରରେ ସ୍ୱପ୍ନ ବ୍ୟତୀତ ଏହାର ପ୍ରଭାବ ଠାରୁ ମୁକ୍ତି ପାଇବାର ମାର୍ଗ ମଧ୍ୟ ରହିଛି।
ସ୍ୱପ୍ନ ଆମ ଉପରେ କି ପ୍ରଭାବ ପକାଇଥାଏ
ଅଧିକାଂଶ ସ୍ୱପ୍ନ ମନର ଭାବନା କିମ୍ବା ରୋଗ କାରଣରୁ ସୃଷ୍ଟି ହୋଇଥାଏ।
କିଛି ସ୍ୱପ୍ନ ସୂଚନା ସ୍ୱରୂପ ଆସିଥାଏ। ସେହି ସ୍ୱପ୍ନର ମହତ୍ତ୍ୱ ରହିଛି।
ପ୍ରାତଃକାଳ କିମ୍ବା ହଠାତ ଯେଉଁ ସ୍ୱପ୍ନ ଆସେ ତାହା ଅନେକ ସମୟରେ ସତ୍ୟ ହୋଇଥାଏ।
ବିଭିନ୍ନ ସ୍ୱପ୍ନର ଭିନ୍ନ ଅର୍ଥ
ନିଆଁ , ସୂର୍ୟ୍ୟ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଜଣାଇଥାଏ ଯେ, ଆପଣଙ୍କ ଶରୀରର ପିତ୍ତ ସନ୍ତୁଳନ ଠିକ ନାହିଁ।
ଜଳ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଜଣାଇଥାଏ ଯେ, ଆପଣଙ୍କ ଶରୀରରେ ଥଣ୍ଡା ଜନିତ ସମସ୍ୟା ରହିଛି।
ପଦ୍ମଫୁଲ, ହାତୀ, ମାଙ୍କଡ଼, ହଂସ, ଗାଈ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଶୁଭଫଳ ପ୍ରଦାନ କରିଥାଏ।
ସ୍ୱପ୍ନରେ ସର୍ପ ଦେଖିଲେ ଏହା ଜଣାଇଥାଏ ଯେ , ଆପଣଙ୍କ ଅସାବଧାନତା ଆପଣଙ୍କୁ ସମସ୍ୟାରେ ପକାଇପାରେ।
ଆକାଶ ଅଥବା ପବନ ସହ ସମ୍ବନ୍ଧିତ ରଖୁଥିବା ସ୍ୱପ୍ନ ଜଣାଇଥାଏ ଯେ, ଆପଣଙ୍କ କଥାବାର୍ତ୍ତାର ସନ୍ତୁଳନ ଠିକ ନାହିଁ।
ସ୍ୱପ୍ନରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହେବା ଦେଖନ୍ତି, ଜାଣନ୍ତୁ ତା ଉପରେ ଥିବା ସଙ୍କଟ ଟଳିଗଲା।
ସ୍ୱପ୍ନରେ ଉତ୍ସବ ପାଳନ ଦେଖିଲେ ଜାଣନ୍ତୁ ଆପଣ ରୋଗଗ୍ରସ୍ତ ହୋଇପାରନ୍ତି।
ସ୍ୱପ୍ନରେ ଖାଦ୍ୟପେୟ ଦେଖିଲେ ଜାଣନ୍ତୁ ଆପଣ ସ୍ଥାନ ପରିବର୍ତ୍ତନ କରିପାରନ୍ତି।
ଯଦି ସ୍ୱପ୍ନରେ ନିଜେ କିମ୍ବା ଅନ୍ୟ କାହାକୁ ପୂଜାପାଠ କରିବାର ଦେଖନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ବଡ଼ ଧରଣର ଲାଭ ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories