www.samajalive.in
Monday, December 15, 2025
17.1 C
Bhubaneswar

ଆମେରିକା, ଅଷ୍ଟ୍ରେଲିଆ ବି ନିଷିଦ୍ଧ କରିବ ଚାଇନା ଆପ୍‌

ନୂଆଦିଲ୍ଲୀ : ଭାରତ ସରକାର ଚାଇନାର ୫୯ଟି ଆପ୍ସକୁ ନିଷିଦ୍ଧ କରିବା ପରେ ଆମେରିକା ଓ ଅଷ୍ଟ୍ରେଲିଆ ଅନୁରୂପ ପଦକ୍ଷେପ ନେବାକୁ ଯାଉଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆ ସରକାର ଟିକ୍‌ଟକ୍‌ ସମେତ ଅନ୍ୟାନ୍ୟ ଚାଇନା ଆପ୍ସକୁ ନିଷିଦ୍ଧ କରିବା ଲାଗି ବିଚାର କରୁଛନ୍ତି। ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ଓ ତଥ୍ୟ ଚୋରି ଆଶଙ୍କା କରି ଦୁଇ ଦେଶ ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଚାଇନା ଆପ୍ସକୁ ନିଷିଦ୍ଧ ସହିତ ଏହି ଦୁଇଦେଶ ସ୍ବଦେଶୀ ଆପ୍ସ ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି ଯେ ଟ୍ରମ୍ପ ସରକାର ଟିକ୍‌ଟକ ଓ ଚାଇନାର ଅନ୍ୟ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି। ଗତ ଜୁନ୍ ମାସରେ ଟିକ୍‌ଟକ୍‌କୁ ବିଶ୍ବବ୍ୟାପୀ ୫୩ ନିୟୁତ ଲୋକ ସେମାନଙ୍କ ମୋବାଇଲରେ ଡାଉନଲୋଡ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories