www.samajalive.in
Sunday, December 14, 2025
16.1 C
Bhubaneswar

ଗୃହ ବିଭାଗର ଫତୁଆ : ଗଣମାଧ୍ୟମ ଆଗରେ ସରକାରୀ ଚାକିରିଆ ଖୋଲିପାରିବେନି ତୁଣ୍ଡ

ଭୁବନେଶ୍ୱର :ଏଣିକି କୌଣସି ବର୍ଗର ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ତୁଣ୍ଡ ଖୋଲିପାରିବେ ନାହିଁ। ଯଦି କୌଣସି ପ୍ରକାରେ ସାମାଜିକ ଗଣମାଧ୍ୟମ ଆଗରେ ସରକାରୀ ଚାକିରି ନିୟମିତ ହେଉ ଅବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ କରନ୍ତି ତେବେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହବିଭାଗ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଗୃହବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଆଜି ଏସଂକ୍ରାନ୍ତରେ ଏକ ପତ୍ର ସବୁ ବିଭାଗ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି।

ସେ ଦର୍ଶାଇଛନ୍ତି ଯେ ବହୁ ଠିକା ଓ ସରକାରୀ କର୍ମଚାରୀ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଉପରେ ଚାପ ପକାଉଥିବା ଦୃଷ୍ଟିଗୋଚର ହୋଇଛି। ଏହାକୁ ଏଣିକି ବରଦାସ୍ତ କରାଯିବ ନାହିଁ। ସରକାରୀ ଚାକିରି ସର୍ତ୍ତାବଳୀ ନିୟମ-୧୯୫୯ ଅନୁଯାୟୀ ଏହାକୁ ବିଶୃଙ୍ଖଳା ଆଚରଣ ଦର୍ଶାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସରକାରଙ୍କ ଚାକିରି ନିୟମ-୨୩ର ମଧ୍ୟ ବିରୁଦ୍ଧାରଚରଣ ହେଉଛି। କେତେକ କ୍ଷେତ୍ରରେ ସରକାରୀ କର୍ମଚାରୀମାନେ ସେମାନଙ୍କ ଦରମା ବୃଦ୍ଧି କରିବା, କ୍ୟାଡର ପୁନଃଗଠନ, ଚାକିରି ନିୟମିତ, ନୂତନ ଚାକିରି ଭଳି କାର୍ଯ୍ୟରେ ବିଭିନ୍ନ ପ୍ରକାରେ ସରକାରୀ ଅଧିକାରୀଙ୍କ ଉପରେ ଚାପ ସୃ​‌ଷ୍ଟି କରୁଥିବା​‌ ସରକାରଙ୍କ ନଜରକୁ ଆସିଛି। ଏହା ସମ୍ପୂର୍ଣ୍ଣ ଭାବେ ନିୟମ ବିରୋଧୀ। ଯଦି କୌଣସି କର୍ମଚାରୀ ତାଙ୍କର ପ୍ରାପ୍ୟ ସରକାରଙ୍କଠାରୁ ପାଇବାକୁ ଅଛି ତେବେ ସେମାନେ ସରକାରଙ୍କ ନିର୍ଦିଷ୍ଟ ବ୍ୟବସ୍ଥା ଅନୁଯାୟୀ ଅଭିଯୋଗ କରିପାରିବେ ବୋଲି ଶ୍ରୀ ଚୋପ୍ରା ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ ଗୃହବିଭାଗ ପକ୍ଷରୁ ଚଳିତବର୍ଷ ଜାନୁଆରୀରେ ଗଣମାଧ୍ୟମ ଉପରେ ରୋକ୍ ଲଗାଯାଇଥିଲା। କୌଣସି ସରକାରୀ ଚାକିରିଆ ସରକାରଙ୍କ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିପାରିବେ ନାହିଁ ବୋଲି ଶ୍ରୀ ଚୋପ୍ରା ଦର୍ଶାଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories