www.samajalive.in
Saturday, December 13, 2025
18.1 C
Bhubaneswar

ତିନି ଠାକୁରଙ୍କ ରତ୍ନ ସିଂହାସନରୁ ଉଭାନ ପଦ୍ମ ପାଖୁଡ଼ା

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ହୋଇଥିବା ଅଭିଯୋଗ ହୋଇଛି। ପଥର କଢାଯାଇ ସେଠାରେ ସିମେଣ୍ଟ ଏବଂ ବାଲି ପଲସ୍ତରା କରାଯାଇଛି। ଶ୍ରୀଜୀଉଙ୍କ ରଥଯାତ୍ରା ସମୟରେ ରତ୍ନସିଂହାସନରୁ ପଥର କଢା ଯାଇଥିବା ପ୍ରତିହାରୀ ସେବକ ଈପ୍‌ସିତ ପ୍ରତିହାରୀ ମଙ୍ଗଳବାର ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏହାର ଯଥାଶୀଘ୍ର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନଙ୍କ ସମ୍ମୁଖରେ ରହିଥିବା ଗୋଟିଏ ପଥର କଢା ଯାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି।

ରତ୍ନସିଂହାସନର ଆଉ ଦୁଇଟି ସ୍ଥାନରେ ଖାଲ ହୋଇଥିବାରୁ ସେଠାରୁ ପଥର କଢା ଯାଇଥିବା ସେ ଆଶଙ୍କା କରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ନବଦିନବ୍ୟାପୀ ଘୋଷଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଗର୍ଭଗୃହ ସ୍ଥିତି ଯାଞ୍ଚ କରାଯାଇଥିଲା। ସେହି ସମୟରେ ରତ୍ନସିଂହାସନରୁ ପଦ୍ମପାଖୁଡା ପଥର ବାହାର କରାଯାଇଥିବା ଶ୍ରୀ ପ୍ରତିହାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories