www.samajalive.in
Sunday, December 7, 2025
26.1 C
Bhubaneswar

ପରିବା ଦର ଆକାଶ ଛୁଆଁ ; ଶସ୍ତାରେ ମିଳୁଥିବା ସ୍ଥାନରେ ଲୋକେ ଭୁଲି ଯାଉଛନ୍ତି ସାମାଜିକ ଦୂରତ୍ୱ

ବଲାଣି : କେନ୍ଦୁଝର ଜିଲା ଖଣି ଅଂଚଳ ବଲାଣିରେ ପରିବା ଦର ଆକାଶ ଛୁଆଁ ହୋଇପଡିଛି । ତେବେ ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର ଠାରୁ କିଛି ମହିଳା ପରିବା ବିକାଳୀ ଏଠାରେ ବଜାର ଦର ଠାରୁ ଶସ୍ତାରେ ପରିବା ବିକୁଥିବା ବେଳେ ଶସ୍ତାରେ ପରିବା କିଣିବାକୁ ଆସି ସାମାଜିକ ଦୂରତ୍ୱର କଟକଣାକୁ ସ୍ଥାନୀୟ ବାସିନ୍ଦା ଭୁଲି ଯାଉଛନ୍ତି । ବଲାଣି ଅଂଚଳର ସ୍ଥାନୀୟ ପରିବା ବେପାରୀ ସ୍ଥାନୀୟ ହାଟରୁ ପରିବା ସଂଗ୍ରହ କରି ଏଠାରେ ପରିବା ବିକ୍ରି କରୁଥିବା ବେଳେ ଲାଭଖୋର ମନୋବୃତ୍ତି ଯୋଗୁଁ ସେମାନେ ପରିବା ଚଢା ଦରରେ ବିକ୍ରି କରୁଛନ୍ତି । ସ୍ଥାନୀୟ ପ୍ରଶାସନ ପରିବା ଦର ଉପରେ ନିୟନ୍ତ୍ରଣ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେମାନେ ବଜାର ଦର ଠାରୁ ପ୍ରାୟ ଦୁଇ ଗୁଣ ସାଧାରଣ ଖାଉଟିଙ୍କ ଠାରୁ ଦାବି କରୁଛନ୍ତି । ବଲାଣି ଅଂଚଳରେ ଉକ୍ତ ପରିବା ବେପାରୀ ବିମ କିଲୋ ପ୍ରତି ୧୨୦ , ଭେଣ୍ଡି ୪୦ ଟଙ୍କା, ବିଲାତି ୮୦ ଟଙ୍କା, ବରବଟି ୬୦ ଟଙ୍କା, ବାଇଗଣ ୮୦ ଓ ଫୁଲ କୋବି ଗୋଟା ୬୦ ଟଙ୍କାରେ ବିକ୍ରି କରୁଛନ୍ତି । ଅନ୍ୟ ପକ୍ଷରେ ମନୋହରପୁରର ମହିଳା ପରିବା ବିକାଳୀମାନେ ବିମ କିଲୋ ପ୍ରତି ୮୦, ଭେଣ୍ଡି ୨୦ ଟଙ୍କା, ବିଲାତି ୬୦ ଟଙ୍କା, ବରବଟି ୪୦ ଟଙ୍କା , ବାଇଗଣ ୪୦ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଏହି କରୋନା ମହାମାରୀ ସମୟରେ ଜିଲା ପ୍ରଶାସନ ପକ୍ଷରୁ ବଲାଣି ଅଂଚଳକୁ ବଫର ଜୋନ ଭାବରେ ଘୋଷଣା କରାଯିବା ସହିତ ଅଂଚଳରେ କରୋନାକୁ ପ୍ରତିହତ କରିବାକୁ ନାକ ଓ ମୁହଁକୁ ଘୋଡାଇ ରଖିବାକୁ ମାସ୍କ ଓ ସର୍ବନିମ୍ନ ୬ ଫୁଟ ସହିତ ୨ ରୁ ଅଧିକ ଲୋକଙ୍କୁ ଦୋକାନରେ ଛିଡା ହେବାକୁ ବାରଣ କରାଯାଇଥିଲେ ସୁଦ୍ଧା ଶସ୍ତାରେ ପରିବା ପାଇବା ଆଶାରେ ଲୋକେ ଏହି ନିୟମକୁ ଭୁଲି ଯାଉଛନ୍ତି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏପରି ପରିସ୍ଥିତିରେ ଜିଲା ପ୍ରଶାସନ ପରିବା ଦର ଉପରେ ନିୟନ୍ତ୍ରଣ ରକ୍ଷା କରି ଚଢା ଦର ରେ ବିକ୍ରି କରୁଥିବା ପରିବା ବିକାଳୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ଅଂଚଳରେ ପରିବା ଦର ନିୟନ୍ତ୍ରଣରେ ରହିବା ସହିତ ପରିବା ବଜାରରେ ଭିଡ଼ ଉପରେ ଅଙ୍କୁଶ ଲାଗି ପାରିବ । ପ୍ରଶାସନିକ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦୃଷ୍ଟି ଦେଇ ବଜାର ଦରକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories