www.samajalive.in
Sunday, December 7, 2025
26.1 C
Bhubaneswar

ଚିକେନ ଖାଇବା ପରେ କରନ୍ତୁ ନାହିଁ ଏହି ଭୁଲ

ବହୁ ଲୋକଙ୍କୁ ଆମିଷ ଖାଇବା ଖୁବ ପସନ୍ଦ। ବିଶେଷ କରି ଅନେକ ଲୋକଙ୍କୁ ଚିକେନ ଓ ଚିକେନରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖାଇବାକୁ ଖୁବ ପସନ୍ଦ। ମାତ୍ର ଚିକେନ ଖାଇବା ସମୟରେ କିମ୍ବା ଖାଇବାର କିଛି ସମୟ ମଧ୍ୟରେ କେତେକ ଖାଦ୍ୟ ଦ୍ରବ୍ୟ ରହିଛି ଯାହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ …….
କ୍ଷୀର –
ଚିକେନ ଖାଇବା ପରେ ବିଲକୁଲ କ୍ଷୀର ପିଅନ୍ତୁ ନାହିଁ। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ଚିକେନର ପୋଷକ ତତ୍ତ୍ୱ ଉଭୟ ମିଶି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହ ଏହି ଦୁଇଟି ଖାଦ୍ୟକୁ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ। ଶରୀରର ବିଭିନ୍ନ ସ୍ଥାନରେ ଦାଗ ମଧ୍ୟ ସୃଷ୍ଟି ହୋଇଥାଏ।

ଦହି –
ଚିକେନ ଖାଇବା ସମୟରେ ଭୁଲରେ ମଧ୍ୟ ଦହି ଖାଆନ୍ତୁ ନାହିଁ। ଚିକେନ ଆମ ଶରୀରରେ ଉଷ୍ଣତା ସୃଷ୍ଟି କରିଥାଏ ଓ ଦହି ପେଟକୁ ଥଣ୍ଡା କରିଥାଏ। ତେଣୁ ଦହି ଓ ଚିକେନକୁ ଏକତ୍ରିତ ଖାଇବା ଦ୍ୱାରା ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ମାଛ –
ଚିକେନ ଓ ମାଛ ଉଭୟ ଖାଇବାକୁ ସୁଆଦିଆ ଲାଗି ଥାଏ। ଏହି ଦୁଇଟି ଖାଦ୍ୟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ମାତ୍ର ଉଭୟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଟିନ ରହିଛି। ତେଣୁ ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories