ସମଗ୍ର ଦେଶକୁ ଛୁଇଁଲା ମୌସୁମୀ

0

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁଛି। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର କହିବା ଅନୁଯାୟୀ ଧାର୍ଯ୍ୟ ସମୟର ୧୭ଦିନ ପୂର୍ବରୁ ମୌସୁମୀ ବାୟୁ ସାରା ଦେଶକୁ ଆଚ୍ଛାଦନ କରିଛି। ସାଧାରଣତଃ ଜୁଲାଇ ୧୫ ବେଳକୁ ମୌସୁମୀ ବାୟୁ ଶ୍ରୀନଗର ଛୁଇଁଥାଏ। ମାତ୍ର ଜୁନ୍‍ ୨୯ସୁଦ୍ଧା ଏହା ଶ୍ରୀନଗର ଛୁଇଁ ସାରିଛି ବୋଲି ଆଇଏମଡିକର ଅତିରିକ୍ତ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ପଶ୍ଚିମ ରାଜସ୍ଥାନରେ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚୁଥିବାରୁ ଜୁଲାଇ ୧ ବେଳକୁ ଏହା ଏଠାରେ ପହଞ୍ଚିବ। ଚଳିତବର୍ଷ ମୌସୁମୀ ବାୟୁ ତିନି ଦିନ ଆଗରୁ ମେ ୨୯ରେ କେରଳ ଛୁଇଁଥିଲା। ଜୁନ୍‍ ୧୫ ପରଠାରୁ ଏହା କିଛି ଦିନ ପାଇଁ ଦୁର୍ବଳ ହୋଇପଡିଥିଲା; ମାତ୍ର ଏବେ ଏହା ପୁଣି ସକ୍ରିୟ ହୋଇଛି। ଦେଶରେ ହେଉଥିବା ବର୍ଷାର ୭୦% ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ନିର୍ଭର କରିଥାଏ। ଯାହା ଦେଶର କୃଷି ଓ ଜିଡିପି ବିକାଶର ପ୍ରମୁଖ କାରଣ ହୋଇଥାଏ।

kalyan agarbati
Leave A Reply