www.samajalive.in
Sunday, December 14, 2025
19.1 C
Bhubaneswar

ଏପଟେ ସଟଡ଼ାଉନ; ସେପଟେ ଆସୋଲେସନରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲା ସହର ମଧ୍ୟରେ କରୋନା ସଂକ୍ରମଣ ଭୟାନକ ହେବାର ସମ୍ଭାବନା ସୃଷ୍ଟି କରିଛି। ସେପଟେ ବୁର୍ଲା ଭିମସାରକୁ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ରୋଗୀ ମଧ୍ୟ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ବିଭିନ୍ନ ବିଭାଗକୁ ଚାଲିଆସିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ସେପଟେ ବିଭାଗ ମାନଙ୍କରେ ରୋଗୀ ମଧ୍ୟ ଶଯ୍ୟା ବଦଳରେ ଭୁଇଁରେ ଗଡ଼ୁଛନ୍ତି। ଟେଲିମେଡ଼ିସିନ ସେବାକୁ ଜନସାଧାରଣ ବିଶ୍ୱାସ ନ କରିପାରିବା ଏବଂ ସିଧାସଳଖ ଭିମସାରକୁ ଡ଼ାକ୍ତରଙ୍କୁ ସାକ୍ଷାତ କରିବାକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି। ସେପଟେ ଆଜିକାର ସହର ସଟ ଡ଼ାଉନ ହେବା ସମୟରେ ପ୍ରାୟ ୧୩ ଜଣ କରୋନା ସନ୍ଦିଗ୍ଧ ଭିମାସାରର କରୋନା ଆସୋଲେସନରେ ଆସି ଭର୍ତ୍ତି ହୋଇ ସାରିଛନ୍ତି ଯାହାକି ଏକ ଚିନ୍ତାଜନକ ବିଷୟ। ସେପଟେ ପୁଣି ସେଥିମଧ୍ୟରୁ ଜନୈକ କରୋନା ସନ୍ଦିଗ୍ଧ ରୋଗୀଙ୍କ ଭିମସାରରେ ମୃତ୍ୟୁ ହୋଇଯାଇଥିଲା। ବିଡ଼ମ୍ବନାର ବିଷୟ ହେଲା ସମ୍ବଲପୁରରେ କୋଭିଡ଼ ହସପିଟାଲ ରହିଥିବା ସତ୍ୱେ ସମସ୍ତ କରୋନା ସନ୍ଦିଗ୍ଧଙ୍କୁ ବୁର୍ଲା ଭିମସାରକୁ ପ୍ରେରିତ କରି ଦିଯାଯାଉଛି। ସୁଚନା ଥାଉକି କରୋନା ପିଜିଟିଭ ରୋଗୀ ଚିହ୍ନଟ ପରେ ତାଙ୍କୁ ରାଉରକେଲା ଏବଂ ତାଲଚେର କୋଭିଡ଼ ହସପିଟାଲକୁ ପ୍ରେରିତ କରିଦିଆ ଯାଉଥିବା ଦୃଷ୍ଟାନ୍ତକୁ ଅଣଦେଖା କରାଯାଇ ନ ପାରେ। ତେଣୁ ଏଭଳି ବ୍ୟସ୍ତବହୁଳ ଭିମସାର ମଧ୍ୟ ଭାଗରେ ରହିଥିବା କରୋନା ଆଇସୋଲେସନକୁ କରୋନା ସନ୍ଦିଗ୍ଧ ରୋଗୀ ଆସିବା ଫଳରେ ଏକ ଭିନ୍ନ ସଂକ୍ରମଣର ଭୟ ସୃଷ୍ଟି କରୁଛି। ସେପଟେ ଅନ୍ୟ ଏକ ପ୍ରସଙ୍ଗ ବର୍ତ୍ତମାନ ଗତ ଶୁକ୍ରବାର ବୁର୍ଲା ଭିମସାରକୁ ୧୨୦୦, ଶନିବାର ଦିନ ୮୦୦ ରୋଗୀ ବର୍ହିବିଭାଗକୁ ଚିକିତ୍ସା ପାଇଁ ଆସିଥିବା ବେଳେ ପୁଣି ଆଜି ମାତ୍ର ୩୨୫ ଜଣ ବର୍ହିବିଭାଗକୁ ରୋଗୀ ଆସିଥିବା ଦେଖିବାକୁ ମିଳିଥିଲା। ପ୍ରଶ୍ନ ଉଠୁଛି ଭିମସାର ଭଳି ଜନଗହଳି ପୁର୍ଣ୍ଣ ସ୍ତାନକୁ ଆବଶ୍ୟକ ନ ହେଲେ ବା ଜରୁରୀ ନ ହେଲେ ରୋଗୀ ନ ଆସିବା ପାଇଁ ବା ଟେଲିମେଡ଼ିସିନରେ ଦିଆଯାଇଥିବା ମୋବାଇଲ ନମ୍ବର ୭୨୦୫୨୦୭୯୪୭କୁ କଲ କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଛି। ଗତ ଏପ୍ରିଲ ମାସ ୨୭ ତାରିଖରୁ ଏହି ନମ୍ବର ଜାରି କରାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories